maaa
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି।
OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଲେ ମନୋରଂଜନଙ୍କ ୮୪ ବର୍ଷୀୟା ମା।
ସେ କହିଛନ୍ତି ଯେ କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି ଏଯାଏ ଖାଇନୁ। ମୋ ପୁଅକୁ ନଛାଡ଼ିବା ଯାଏ ମୁଁ କିଛି ଖାଇବିନି, ଏମିତି ବସିଥିବି ବୋଲି ସେ କହିଛନ୍ତି।
ପୁଅ ନଆସିବା ଯାଏ କିଛି ଖାଇବିନି କି ପିଇବିନି, ବସିଥିବି। ଯେତେବେଳେ ମୋ ପୁଅ ଆସିବ, ମୁଁ ଯାଇ ଖାଇବି ବୋଲି ମା କହିଛନ୍ତି। କାହିଁକି ମୋ ପୁଅକୁ ସେମାନେ ନେଇଗଲେ ବୋଲି ପ୍ରଶ୍ନ ତାଙ୍କର ମା ପ୍ରଶ୍ନ କରିଛନ୍ତି।
ସେହିପରି ମନୋରଞ୍ଜନଙ୍କ ଝିଅ ଗାୟତ୍ରୀ କହିଛନ୍ତି, ଭୋର୍ ସମୟରେ ୪-୫ ଜଣ ଅଧିକାରୀ ଘରେ ପଶି ବାପାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଗଲେ। ବାପା ଡାଇବେଟିକ୍ ପେସେଣ୍ଟ, ଖାଦ୍ୟ କି ଔଷଧ ଖାଇ ନାହାନ୍ତି। ତାଙ୍କୁ ମେଡିସିନ ଖାଇବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ। ଏପରିକି କ୍ରାଇମବ୍ରାଞ୍ଚ ଅଧିକାରୀ ପରିବାର ଲୋକଙ୍କ କୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଦେଲେ ନାହିଁ। ଏବେ ବାପାଙ୍କୁ ଫୋନ୍ କଲେ କିଛି ଉତ୍ତର ମିଳୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maaa_1625162577.jpg)