Advertisment

ରଜ ପାଇଁ ସଜବାଜ: ରାଜଧାନୀରେ ଘରେ ଘରେ ପହଞ୍ଚିବ ପିଠା !

ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର…

ଅଦ୍ୟତନ ହୋଇଛି
ରଜ ପାଇଁ ସଜବାଜ: ରାଜଧାନୀରେ ଘରେ ଘରେ ପହଞ୍ଚିବ ପିଠା !

raja

Advertisment

ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାନ୍ଥନିବାସ ପରିସରକୁ ରଜବତୀ ଭାବରେ ସଜାଯାଇଛି। ତେବେ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ରଜର ମୁଖ୍ୟ ଆକର୍ଷଣ ରଜ ପିଠା ପାଇଁ ଓଟିଡିସି ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି।

Advertisment

ରାଜଧାନୀରେ ଘରେ ଘରେ ପିଠା ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପିଠା ଅନ୍ ହ୍ବିଲ୍। ସହର ସାରା ବୁଲି ବୁଲି ଲୋକଙ୍କୁ ପିଠା ପହଞ୍ଚାଇବା ଲାଗି ଏ ବ୍ୟବସ୍ଥା କରାଯାଇଛି। ରଜ ୩ ଦିନ ୧୪ ତାରିଖରୁ ୧୬ ତାରିଖ ସକାଳ ୭ଟାରୁ ୧୧ଟା ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ, ଖଣ୍ଡଗିରି, ସିଆରପି, ପଟିଆ, ଚନ୍ଦ୍ରଶେଖରପୁର ଓ ରୂପାଲି ଛକ ନିକଟରେ ଓଟିଡିସିର ରଜ ପିଠା ମିଳିବ।

କରୋନା କଟକଣା ମଧ୍ୟରେ ରଜ ମଉଜ ପାଳନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।  ସମ୍ବଲପୁରରେ ପିଠା ଅନ ହ୍ୱିଲ ଏବଂ କଟକ ଓ ରାଉରକେଲାରେ ସ୍ୱତନ୍ତ୍ର କାଉଣ୍ଟର ଜରିଆରେ ଲୋକମାନଙ୍କୁ ରଜ ପିଠା ଯୋଗାଇବାକୁ ମଧ୍ୟ ଓଟିଡିସି ବ୍ୟବସ୍ଥା କରିଛି।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Raja-2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ