Advertisment

OSRTC Driver Dies : ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ , ବିଜୟନଗରମରୁ ମାଲକାନଗିରି ଆସୁଥିଲା OSRTC ବସ

ରାତିରେ ସମସ୍ତ ଯାତ୍ରୀ ବସରେ ଶୋଇଥିଲା ବେଳେ, କାଳେ ସେମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିବେ ସେଥିପାଇଁ ଯାତ୍ରୀମାନଙ୍କୁ ଏ ନେଇ କୌଣସି ସୂଚନା ଦେଇ ନ ଥିଲେ ସାଥି ଡ୍ରାଇଭର୍। ତେବେ ପି ସାଇକ୍ରୀଷ୍ଣା ଜଣେ ଉତ୍ତମ ଡ୍ରାଇଭର ଥିଲା ବେଳେ ତାଙ୍କର ଅକାଳରେ ବିୟୋଗକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

BUS-DRIVER

BUS-DRIVER Photograph: (OTV)

Advertisment

ଓଏସଆରଟିସି ବସ୍ ଡ୍ରାଇଭର୍ ପି. କ୍ରୀଷ୍ଣା। ଯିଏକି ଆଜି ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଅକସ୍ମାତ ଦେହାନ୍ତ ହୋଇଛି ଡ୍ୟୁଟିରେ ଥିଲାବେଳେ।  ନିଜେ ଚାଲିଗଲେ ପଛେ, କିନ୍ତୁ ତାଙ୍କ ଭରସାରେ ଗାଡିରେ ବସିଥିବା ୨୫ଜଣ ଯାତ୍ରୀଙ୍କ ଜୀବନକୁ ସୁରକ୍ଷା ଦେବାରେ ସେ ସଫଳ ହୋଇଛନ୍ତି।

Advertisment

ବୁଧବାର ରାତି ପ୍ରାୟ ୧୦ଟା। ରାଜ୍ୟ ପରିବହନ ବିଭାଗର ଏହି ବସ ବିଜୟନଗରମରୁ ମାଲକାନଗିରି ଅଭିମୁଖେ ଆସୁଥିଲା। ବସଟିକୁ ଚଲାଉଥିଲେ ଡ୍ରାଇଭର୍ ପି.ସାଇକ୍ରିଷ୍ଣା। ବିଜୟନଗରମରୁ ଶୁଙ୍କି ଓ ସାଲୁର ଘାଟି ଦେଇ ପାଖାପାଖି ୧୩୦ କିଲୋମିଟର ଗାଡ଼ି ଚଲାଇବା ପରେ ଡୁମୁରିପୁଟ ନିକଟରେ ହଠାତ୍ ପି. ସାଇକ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। MID PTC ଏଣିକି ସେ ଆଉ ଗାଡି ଚଲାଇ ପାରିବେ ନାହିଁ ବୋଲି ତାଙ୍କ ସାଥି ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ରାୟଙ୍କୁ ଜଣାଇବା ସହିତ ଗାଡିଟିକୁ ରାସ୍ତାକଡରେ ଅଟକାଇଥିଲେ।

ପୂର୍ଣ୍ଣଚନ୍ଦ୍ର ସଙ୍ଗେସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ବି ଆମ୍ବୁଲାନ୍ସ ଆସି ନ ପାରିବାରୁ ସେ ନିଜେ ବସଟିକୁ ତୁରନ୍ତ କୋରାପୁଟ ପର୍ଯ୍ୟନ୍ତ ନେଇଥିଲେ।  ସେଠାରୁ ଏକ ଅଟୋ ଯୋଗେ ସାଇକ୍ରିଷ୍ଣାଙ୍କୁ କୋରାପୁଟ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ ସେହିଠାରେ ହିଁ ସାଇକ୍ରୀଷ୍ଣାଙ୍କର ଦେହାନ୍ତ ଘଟିଥିଲା

ରାତିରେ ସମସ୍ତ ଯାତ୍ରୀ ବସରେ ଶୋଇଥିଲା ବେଳେ, କାଳେ ସେମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିବେ ସେଥିପାଇଁ ଯାତ୍ରୀମାନଙ୍କୁ ଏ ନେଇ କୌଣସି ସୂଚନା ଦେଇ ନ ଥିଲେ ସାଥି ଡ୍ରାଇଭର୍। ତେବେ ପି ସାଇକ୍ରୀଷ୍ଣା ଜଣେ ଉତ୍ତମ ଡ୍ରାଇଭର ଥିଲା ବେଳେ ତାଙ୍କର ଅକାଳରେ ବିୟୋଗକୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। 

ପି. ସାଇକ୍ରିଷ୍ଣା ସିନା ଚାଲିଗଲେ, ତା ସତ୍ତ୍ୱେ ବି ବସରେ ବସିଥିବା ସମସ୍ତ ଯାତ୍ରୀଙ୍କ ଜୀବନ ସେ ନିଶ୍ଚୟ ବଞ୍ଚାଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ