Advertisment

ମୃତ୍ୟୁ ପରେ ବି ଅମର

କଟକ : କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଅର୍ଥାତ ଯିଏ ଆସେ ସେ ଚାଲିଯାଏ। ହେଲେ ଏ ଦୁନିଆକୁ ଏମିତି କିଛି ମଣିଷ ଆସନ୍ତି ତାଙ୍କର ମହାନ କର୍ମ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକିତ କରନ୍ତି। ଆଉ ତାଙ୍କରି ପାଇଁ ଅନ୍ୟ ଜଣେ ଦୁନିଆ ଦେଖେ। ଏମିତି ଏକ ମହତ କାମ କରିଛନ୍ତି ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ […]

ମୃତ୍ୟୁ ପରେ ବି ଅମର

priyanka

Advertisment

କଟକ : କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଅର୍ଥାତ ଯିଏ ଆସେ ସେ ଚାଲିଯାଏ। ହେଲେ ଏ ଦୁନିଆକୁ ଏମିତି କିଛି ମଣିଷ ଆସନ୍ତି ତାଙ୍କର ମହାନ କର୍ମ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକିତ କରନ୍ତି। ଆଉ ତାଙ୍କରି ପାଇଁ ଅନ୍ୟ ଜଣେ ଦୁନିଆ ଦେଖେ। ଏମିତି ଏକ ମହତ କାମ କରିଛନ୍ତି ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ହଠାତ୍‌ ପରିବାରର ଗୋଟିଏ ନିଷ୍ପତ୍ତି ଆଉ ଜଣଙ୍କ ଜୀବନ ବଞ୍ଚାଇ ଦେଇଛି।

Advertisment

ଗତକାଲି ରାତିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ହୋଇ ପ୍ରାଣ ହରାଇଥିଲେ ପ୍ରିୟଙ୍କା। ତେବେ ଝିଅର ମୃତ୍ୟୁ ସୂଚନା ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଆଉ ପରିବାରଲୋକଙ୍କ ନିଷ୍ପତ୍ତି ବଞ୍ଚାଇ ଦେଇଥିଲା ଆଉ ଏକ ଜୀବନ । ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଘୋଷଣା କରିଥିଲେ ପରିବାର ଲୋକେ।

ଏନେଇ ଆପୋଲୋ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ। ପରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲା ଏହାପରେ SCB ମେଡିକାଲରେ ହୋଇଥିଲା ଏକ ବିରଳ ଅସ୍ତ୍ରୋପ୍ରଚାର।

Advertisment

ପ୍ରିୟଙ୍କାଙ୍କ ଅଙ୍ଗକୁ ଗ୍ରୀନ କରିଡରରେ ଭୁବନେଶ୍ୱରରୁ କଟକର ଏସ୍‌ସିବିକୁ ନିଆଯାଇଥିଲା। ସେଠାରେ ବିଶେଷଜ୍ଞ ଟିମ୍ କିଡନୀ ହରାଇ ଚିକିତ୍ସିତ ହେଉଥିବା ବରଗଡ଼ର ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏଥିପାଇଁ ପ୍ରାୟ ୭ଘଣ୍ଟା ସମୟ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ