Advertisment

ଗୃହରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର : ପ୍ରଶ୍ନକାଳ ଅାରମ୍ଭରେ ଚିତ୍ର ଥିଲା ଏମିତି । ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପିଥିଲା ବିଧାନସଭା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଅାସି କଣ ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ  ଅାଉ  ତାପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧିରେ ଧିରେ କହିଲେ। ତେବେ ସିଧା ପ୍ରସାରଣ ହେଉଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଲେ। ବାଚସ୍ପତିଙ୍କ କାନରେ ଗୃହକୁ ୩ ଟା ଯାଏଁ ମୁଲତବୀ କରିବାକୁ ବି କହୁଥିଲେ ସଚିବ। […]

ଗୃହରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

speaker-up

Advertisment

ଭୁବନେଶ୍ୱର : ପ୍ରଶ୍ନକାଳ ଅାରମ୍ଭରେ ଚିତ୍ର ଥିଲା ଏମିତି । ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପିଥିଲା ବିଧାନସଭା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଅାସି କଣ ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ  ଅାଉ  ତାପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧିରେ ଧିରେ କହିଲେ।

Advertisment

publive-imageତେବେ ସିଧା ପ୍ରସାରଣ ହେଉଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଲେ। ବାଚସ୍ପତିଙ୍କ କାନରେ ଗୃହକୁ ୩ ଟା ଯାଏଁ ମୁଲତବୀ କରିବାକୁ ବି କହୁଥିଲେ ସଚିବ। ଅାଉ ଠିକ୍ ଏକଥା ଶୁଣିବା ପରେ ବାଚସ୍ପତି ଅନୁରୂପ ଘୋଷଣା କରିଦେଲେ।

publive-imageଏପଟେ ସେହି ସମୟରେ ଗୃହର ମଧ୍ୟଭାଗରୁ ଅାସି ସଚିବାଳୟରେ ସିବିଅାଇ ପଶିବାକୁ ନେଇ ସ୍ପଷ୍ଟୀକରଣ ଚାହୁଁଥିଲେ କଂଗ୍ରେସ ବିଧାୟକ। ଢେଙ୍କାନାଳ ଓ ସିବିଅାଇ ଦୁଇଟି ପ୍ରସଙ୍ଗରେ ଶାସକଦଳ ବ୍ୟାକ୍‌ଫୁଟରେ ଥିବାରୁ ଗୃହକୁ ଏକାଥରରେ ୩ ଟା ଯାଏଁ ମୁଲତବୀ କରିଦେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

Advertisment

ବିଜେପି କହିଛି ସରକାରୀ ଦଳ ହାତରେ ବାଚସ୍ପତି ସଖୀ କଣ୍ଡେଇ ସାଜିଛନ୍ତି। କଂଗ୍ରେସ କହିଛି ବାଚସ୍ପତି ନିଦାବିଷ୍ଣୁ ସାଜି ଅାଖିରେ ଅନ୍ଧପୁଟୁଳି ବାନ୍ଧି ଶାସକ ଦଳ କଥାରେ ଗୃହ ପରିଚାଳନା କରୁଛନ୍ତି।

publive-imageଅପରାହ୍ନ ଅଧିବେଶନରେ ପୁଣି ସଚିବାଳୟରେ ସିବିଅାଇ ଓ ଢେଙ୍କାନାଳ ଗଛକଟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେହିପରି ଗଛକଟା ଓ କେନ୍ଦ୍ରାପଡ଼ାରେ ବିଜୁ ଯୁବ ବାହିନିର ଗୁଣ୍ଡା ଗର୍ଦି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବିରୋଧି ଦଳ ନେତା। ଏହା ପରେ ଶାସକ ଦଳ ମୁଖ୍ୟ ସଚେତକ କେନ୍ଦ୍ର ଅବହେଳା କଥା କହିବା ବେଳେ ଗୃହ ମଧ୍ୟ ଭାଗକୁ ଅାସି ପୁଣି ହୋ ହା  ହ୍ଲା କରିଥିଲେ କଂଗ୍ରେସ ବିଧାୟକ।

Advertisment

publive-imageହୋ ହାଲ୍ଲା ଭିତରେ ପ୍ରଶ୍ନ କାଳ ଚାଲିଥିଲା ମାତ୍ର ୪ ମିନିଟ। ଯଦିଓ ଶାସକ ଦଳ ନିଜ ଅାସନରେ ଠିଅା ହୋଇ ପ୍ରତିବାଦ କରୁଥିଲେ ଓ କଂଗ୍ରେସ ଗୃହ ଭିତରେ, ତଥାପି  ହଙ୍ଗାମା ଓ ବିଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଯାଇ ନଥିଲା। ତେଣୁ ବିରୋଧୀଙ୍କ ଯୁକ୍ତି, ବାଚସ୍ପତି ଚାହିଁଥିଲେ ଗୃହକୁ ଅଳ୍ପ ସମୟ ପାଇଁ ମୁଲତବୀ କରି ପରେ ମୁଲତବୀ ପ୍ରସ୍ତାବ ଉପରେ ଅାଲୋଚନା ପାଇଁ ସୁଯୋଗ ସୃଷ୍ଟି କରି ପାରିଥାନ୍ତେ। ଯାହା ନହେବାରୁ ବିଧାନସଭାର ଅାଉ ଗୋଟିଏ ଦିନ ଧୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ