onion
ବାଲେଶ୍ୱର : ବାଲେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଅଫର । ମୋବାଇଲ କିଣିଲେ ମାଗଣା ମିଳୁଛି ପିଆଜ । ଗୋଟିଏ ନୂଆ ମୋବାଇଲ କିଣିଲେ ଗ୍ରାହକଙ୍କୁ ବ୍ୟବସାୟୀ ଦୁଇ କିଲୋ ପିଆଜ ଦେଉଛନ୍ତି । ବଜାରରେ ପିଆଜର ଦର ଦେଢଶହ ଟଙ୍କା ପାଖାପାଖି ହୋଇଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀ ଏଭଳି ଅଫର ଦେଉଛନ୍ତି।
ଉଲ୍ଲେଖନୀୟ ଯେ, ପିଆଜର ଆକାଶ ଛୁଆଁ ଦରକୁ ନେଇ ଲୋକେ ପିଆଜକୁ ନେଇ ଭିଡ଼ାଭିଡ଼ି। ରୋଷେଇ ଘରୁ ନେଇ ହୋଟେଲ , ସବୁଠି ପିଆଜ ଅଦୃଶ୍ୟ । ପିଆଜ ପ୍ରିୟ ଲୋକ ଅଧିକ ଦାମ୍କୁ ନେଇ ଖାଇବା ବି ଛାଡ଼ି ଦେଇଛନ୍ତି । ଟିକେ ପିଆଜର ସ୍ୱାଦ ଚାଖିବେ ସେନେଇ ବ୍ୟାକୁଳିତ । ରାଜ୍ୟର ସବୁଠି ପିଆଜ ଏବେ ମହଙ୍ଗା । ବାଲେଶ୍ୱରରେ ବି ଦାମ୍ ରହିଛି କିଲୋ ପିଛା ୧୩୦ ଟଙ୍କା । ଆଉ ଏଠାରେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି । ୧୦ହଜାର ଟଙ୍କାରୁ ଅଧିକ ଦାମର ମୋବାଇଲ କିଣିଲେ ୧କିଲୋରୁ ଅଧିକ ପିଆଜ ମାଗଣା ମିଳୁଛି।
ଦୋକାନୀଙ୍କ କହିବା କଥା ହେଲା ପିଆଜର ଏବେ ଆକାଶ ଛୁଆଁ ଦର ଅଛି , ମଧ୍ୟମ ଧରଣର ଲୋକେ ପିଆଜ କିଣି ପାରୁନାହାନ୍ତି, ସେଥିପାଇଁ ଯିଏ ମୋବାଇଲ କିଣୁଛନ୍ତି , ତାଙ୍କୁ ୧ କିଲୋରୁ ନେଇ ୫କିଲୋ ଯାଏ ପିଆଜ ଉପହାର ସ୍ୱରୂପ ଦିଆଯାଉଛି । ବାଲେଶ୍ୱରରେ ଆରମ୍ଭ ହୋଇଥିବା ଏହି ମୋବାଇଲରେ ପିଆଜ ଅଫର ଚର୍ଚ୍ଚା ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/onion4_1626687689.jpg)