Advertisment

ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ…

ଅଦ୍ୟତନ ହୋଇଛି
ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ

delta

Advertisment

ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ପ୍ରେସମିଟରେ I CMR ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭିଡ଼ର ସମସ୍ତ ଭେରିଆଣ୍ଟକୁ ମାତ୍ କ୍ଷମତା ୨ ଟିକା ରଖିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି କାମ କରୁଛି। ଆଲଫା, ବିଟା, ଗାମା, ଡେଲଟା, ଡେଲଟା ପ୍ଲସ ପ୍ରତି କାମ ଦେଉଛି ବୋଲି ସେ କହିଛନ୍ତି।

ଭାରତରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କୋଭିଡ୍ -୧୯ ପ୍ରୋଟୋକଲର ଉଚିତ ବ୍ୟବହାର, ଲକ୍‌ଡାଉନ୍ ଏବଂ ଟିକାକରଣ ଦ୍ୱାରା ଏହି ଡେଲ୍‌ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ।

Advertisment

ଟେଷ୍ଟିଂ ଏବଂ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ପଡିବ । କରୋନାର କହରରୁ ବର୍ତ୍ତିବାକୁ ହେଲେ ଅଧିକ ପରିମାଣର ଲୋକଙ୍କୁ ଟିକାକରଣ କରିବାକୁ ପଡିବ । କୋଭିଡ୍ ନିୟମର ଠିକ ଭାବେ ପାଳନ କରିବାକୁ ପଡିବ। ଏହାଦ୍ୱାରା ମହାମାରୀ ବ୍ୟାପିବାକୁ ରୋକାଯାଇ ପାରିବ।

Delta Plush Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ