Advertisment

Shankarshan Parida: ମୃତ୍ୟୁର ୧୩ ଦିନ ପୂର୍ବରୁ ଶଙ୍କର ଲେଖିଥିଲେ ମୃତ୍ୟୁ କବିତା

ପୁରୀ ଜିଲ୍ଲାର ଜଣେ ପରିଚିତ ରାଜନେତା ଥିଲେ ଶଙ୍କର । ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ଦାୟିତ୍ବ ସମ୍ଭାଳିଛନ୍ତି । ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହ କତା ଶିଳ୍ପ ନିଗମ ଅଧ୍ୟକ୍ଷ ଥିଲେ ବି ଶଙ୍କର ।

Shankar-Parida-Passes-Away

Shankar-Parida-Passes-Away Photograph: (OTV)

Advertisment

ଏକାକଥା ଜନ୍ମ ମୃତ୍ୟୁ… ଯମଜ ଚମକ୍… ଏକାକଥା ପ୍ରବେଶ ପ୍ରସ୍ଥାନ… ଅନୁପମ ଉପଭୋଗ୍ୟ ନିତିପ୍ରତି… ରମଣ ଓ ମରଣର ସ୍ନିଗ୍ଧସନ୍ଧିକ୍ଷଣ ll ସାର୍ଟିଫିକେଟ୍ ମୋ ଜନ୍ମଦିନର ଦଲିଲ୍… ତା’କୁଇ ମୁଁ ମନେ ରଖିଛି… ସତୁସତ ମୋର କିନ୍ତୁ ନିଆରା ଜନ୍ମଦିନ… ମୋ ବୋଉର ମନେ ଅଛି… ଆଜି କିନ୍ତୁ ବୋଉ ନାହିଁ… ଅଥଚ ମୋ ଶୁଭ ଜନ୍ମଦିନ… ଅଶ୍ରୁସିକ୍ତ ଉଲ୍ଲାସର ଅଗଣାରେ… ଐତିହ୍ୟର ଦୃପ୍ତ ପାଦଚିହ୍ନ ll ମୃତ୍ୟୁର ଅନେକ ରାସ୍ତା… ଜନମର ଏକମାତ୍ର ରାହା… ଜୀବନେ ମରଣେ ମାଆ ଚିରକାଳ ସାହା ll ମାଆ ଏବେ ଦୂର ଆକାଶର ତାରା… ପ୍ରିୟ ପ୍ରିୟତମ ସାଥି ଅନୁଜ ଅଗ୍ରଜ ବଂଧୁ… ଭାଇ ଓ ଭଉଣୀ ପ୍ରିୟ ପରିଜନ… ଗୁରୁ ଗୁରୁଜନ ଯେତେ ଢାଳିଦିଅ ଆଶିଷ ପସରା ll

Advertisment

ନିଜ ଜନ୍ମଦିନରେ ମା’ଙ୍କୁ ମନେପକାଇ ହସ୍ପିଟାଲ ବେଡରେ ଏହି ଶେଷ କେଇ ପଦ କବିତା ଲେଖିଥିଲେ କବି ଓ ରାଜନେତା ନେତା ଶଙ୍କର୍ଷଣ ପରିଡ଼ା । ଗତ ୧୭ ତାରିଖରେ ଥିଲା ତାଙ୍କ ଜନ୍ମଦିନ । ଆଉ ୩୦ ଅକ୍ଟୋବରରେ ସେ ସବୁଦିନ ପାଇଁ ଶୋଇଯାଇଛନ୍ତି । ଏକାକଥା ପ୍ରବେଶ ପ୍ରସ୍ଥାନ କହି ଶେଷରେ ଗୋଟିଏ ମାସରେ ଜନ୍ମ-ମୃତ୍ୟୁର ସତକୁ କହିଛନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସମସ୍ତଙ୍କ ପ୍ରିୟ ଶଙ୍କର ଭାଇ । ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦେବାପରେ ଓଡ଼ିଆ ସାହିତ୍ୟ ଜଗତ ଓ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । 

ପୁରୀ ଜିଲ୍ଲାର ଜଣେ ପରିଚିତ ରାଜନେତା ଥିଲେ ଶଙ୍କର । ବିଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ଦାୟିତ୍ବ ସମ୍ଭାଳିଛନ୍ତି । ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହ କତା ଶିଳ୍ପ ନିଗମ ଅଧ୍ୟକ୍ଷ ଥିଲେ ବି ଶଙ୍କର । ତା’ ଛଡ଼ା ଓଡ଼ିଶା ରାଜ୍ୟ ପଞ୍ଚାୟତ ପରିଷଦର ସଭାପତି ବିଶିଷ୍ଟ ଥିଲେ । ଖାଲି ଏତିକି ନୁହେଁ, ଏକାଧାରରେ ସେ ଥିଲେ ଜଣେ ନେତା, କବି, ସ୍ତମ୍ଭକାର ଓ ସମାଜସେବୀ । ଫୁସଫୁସରେ କ୍ୟାନ୍ସର ଯୋଗୁ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଶେଷରେ ସେ ଚିକିତ୍ସାଧୀନ ଅବସ୍ତାରେ ହାରିଯାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ