Advertisment

OMC Leads in Mine Safety: କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାର-୨୦୨୫, ଓଏମସିର ୫ ଖଣି ପୁରସ୍କୃତ

ଓଏମସିର ପାଞ୍ଚ ଖଣି କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାରରେ ସମ୍ମାନୀତ ହୋଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାର୍ମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମଏସ) ଦ୍ୱାରା ଆୟୋଜିତ ୧୬ତମ ଜାତୀୟ ସୁରକ୍ଷା କନ୍‌କ୍ଲେଭ୍ ୨୦୨୫ରେ ଓଡ଼ିଶା ଖଣି ନିଗମକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

omc

omc Photograph: (OTV)

Advertisment

ଓଏମସିର ପାଞ୍ଚ ଖଣି କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାରରେ ସମ୍ମାନୀତ ହୋଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାର୍ମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମଏସ) ଦ୍ୱାରା ଆୟୋଜିତ ୧୬ତମ ଜାତୀୟ ସୁରକ୍ଷା କନ୍‌କ୍ଲେଭ୍ ୨୦୨୫ରେ ଓଡ଼ିଶା ଖଣି ନିଗମକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ସମାରୋହରେ ଓଏମସିର ୫ଟି ଖଣିକୁ ବାଚସ୍ପତି ସୁରମା ପାଢୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

Advertisment

ଚଳିତ ବର୍ଷ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଏବଂ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ପ୍ରତି ଥିବା ଓଏମସିର ପ୍ରତିବଦ୍ଧତା ପାଇଁ ଏହି ଶୀର୍ଷ ସମ୍ମାନରେ ସମ୍ମାନିତ କରାଯାଇଛି । ନିଗମର ରୋଇଡା-ସି ଲୁହାପଥର ଓ ମାଙ୍ଗାନିଜ୍ ଖଣି, କୋଡିଙ୍ଗାମାଳି ବକ୍ସାଇଟ୍ ଖଣି – ଯଥାକ୍ରମେ ପ୍ଲାଟିନମ୍ ପୁରସ୍କାର ଗ୍ରହଣ କରିଥିବା ବେଳେ ଗୁଆଳି ଲୁହାପଥର ଖଣି, ତିରିଙ୍ଗପାହାଡ ଲୁହାପଥର ଖଣି ଏବଂ ଅମ୍ପାବାଲି ଚୂନପଥର ଖଣି ସମ୍ମାନଜନକ ସ୍ୱର୍ଣ୍ଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାର ଓଡ଼ିଶାର ଖଣି ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଅନ୍ୟତମ ।

  1. Roida C Iron & Manganese Mines – Platinum Award
  2. Kodingamali Bauxite Mines – Platinum Award
  3. Guali Iron Ore Mines – Gold Award
  4. Tiringpahar Iron Ore Mines – Gold Award
  5. Ampavalli Limestone Mines – Gold Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ