Advertisment

ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର

ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ସହାୟତାର ହାତ ବଢାଇଲେ ପରିବାର ଲୋକେ #Odisha

ଅଦ୍ୟତନ ହୋଇଛି
ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର

BeFunky-collage-5

Advertisment

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର କରୋନାରୁ ସୁସ୍ଥ ହେବା ପରେ ଏବେ କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଚିକିତ୍ସିତ ହେଉଛନ୍ତି ତପୁ। ତେବେ ଗତ କିଛି ଦିନ ଭିତରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କହିଛନ୍ତି ତପୁଙ୍କ ଭଉଣୀ ଧ୍ରୁତି ଦୀପା। କୋଲାକାତା କିମ୍ବା ଚେନ୍ନାଇରେ ଯଦି, ତାଙ୍କ ଚିକିତ୍ସା କରାଯାଇପାରିଥିଲେ ତପୁ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି ତାଙ୍କ ଭଉଣୀ।

Advertisment

ଏଥିପାଇଁ ତାଙ୍କୁ ସରକାର ଏବଂ ଲୋକଙ୍କ ସହାୟତା ଆବଶ୍ୟକ କରିଛନ୍ତି। ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲବମ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ଏକାଧିକ ହିଟ୍ ଗୀତ ଗାଇଛନ୍ତି ତପୁ।

ସେହିପରି ଏହି ଖବର ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡିଂ କରୁଛି। ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। କିଛି ଦିନ ପୂର୍ବେ  ବାପାଙ୍କୁ ହରାଇଛନ୍ତି ତପୁ ମିଶ୍ର। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍‌ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଛନ୍ତି ତପୁ ମିଶ୍ର।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ