mother
କଟକ : କଥାରେ ଅଛି, ମାଆ ଅଛି ଯାହାର ସବୁ ଅଛି ତାହାର । ଏହାର ଉଦାହରଣ ଦେଖିବାକୁ ମିଳିଛି କଟକ କ୍ୟାନସର ମେଡିକାଲରେ । ନିଜେ ଆଶ୍ରା ଖୋଜୁଥିବା ମାଆ ପରିଣତ ବୟସରେ ବି ଝିଅ ପାଇଁ ସାହାରା ପାଲଟିଛି। ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅକୁ କଟକ କ୍ୟାନସର ହସ୍ପିଟାଲକୁ ଆଣି ଚିକିତ୍ସା କରାଉଛନ୍ତି ।
ଅଣ୍ଟା ନଇଁ ଗଲାଣି, ଖଣ୍ଡେ ବାଡ଼ି ହିଁ ଆଶ୍ରା । ଆଖିକୁ ଭଲ ଦିଶୁନି, ପାଟି ବି ଖନି ବାଜିଲାଣି । ହେଲେ ପରିଣତ ବୟସରେ ନିଜ ରୋଗିଣା ଝିଅର ଚିକିତ୍ସା କରାଉଛନ୍ତି ମାଆ । କଟକ କ୍ୟାନସର ହସପିଟାଲର ବାରଣ୍ଡା ପାଲଟିଛି ତାଙ୍କର ଠିକଣା । ଏହି ୯୦ ବର୍ଷିୟା ବୃଦ୍ଧା ଜଣକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ଉର୍ମିଳା ମହାନ୍ତ ।
ପରିବାର କହିଲେ ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅ । ଝିଅର ବାମ ହାତ ପୋଡ଼ିଯାଇଥିବାବେଳେ ଏବେ ଅବସ୍ଥା ସାଂଘାତିକ । ଝିଅର ଚିକିତ୍ସା ପାଇଁ ପ୍ରଥମେ ଘସିପୁରା ମେଡ଼ିକାଲ ଓ ପରେ କଟକ କ୍ୟାନସର ହସପିଟାଲ ଆଣିଛନ୍ତି ଉର୍ମିଳା । କ୍ୟାନସର ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଆଡ଼ିମିସନ ହୋଇପାରୁ ନଥିବାରୁ ବାଧ୍ୟ ହୋଇ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ମାଆ-ଝିଅ।
ଉର୍ମିଳାଙ୍କ ଏଭଳି ଅସମୟରେ ଦେବଦୂତ ପାଲଟିଛନ୍ତି ଅଭିମନ୍ୟୁ । କ୍ୟାନସର ହସପିଟାଲରେ ଅସହାୟ ରୋଗୀଙ୍କ ପାଇଁ କାମ କରୁଥିବା ଅଭିମନ୍ୟୁ ସହଯୋଗର ହାତ ବଢାଇଛନ୍ତି । ପ୍ରତିଦିନ ସଂକ୍ରମଣ ହାତର ଡ୍ରେସିଂ କରିବା ସହ ଖାଇବା ଓ ଭଲ ମନ୍ଦ ବୁଝିଥାନ୍ତି ଅଭିମନ୍ୟୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mother-1_1626687154.jpg)