delta-plus
ଭୁବନେଶ୍ୱର: ଚାଲିଛି ସ୍ୱାବ୍ ନମୁନା ସଂଗ୍ରହ। ଧାଡ଼ିରେ ଛିଡ଼ା ହୋଇଥିବା ପୁରୁଷ ଓ ମହିଳାଙ୍କର କରାଯାଉଛି RTPCR ଟେଷ୍ଟ। ଏ ଦୃଶ୍ୟ ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ ବସାଲଇ ଗାଁର। ଏହି ଗାଁରୁ ହିଁ ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଥିଲା। ଏହି ତଥ୍ୟ ଆସିବା ପରେ ପୁରା ଗାଁକୁ ସର୍ଭେଲାନ୍ସରେ ରଖିଛି ଜିଲ୍ଲା ପ୍ରଶାସନ। କେବଳ ବସାଲଇ ନୁହେଁ ପର୍ଯ୍ୟାୟ କ୍ରମେ ଆଖପାଖ ୬ଟି ଗାଁରେ ଟେଷ୍ଟିଂକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଜିଲ୍ଲାରେ କିନ୍ତୁ କୋଭିଡ୍ ପଜିଟିଭ୍ ସଂଖ୍ୟା ଏବେ ଖୁବ୍ କମ୍ ରହିଛି ଗଲା। ୨୪ ଘଣ୍ଟାରେ ପୁରା ଜିଲ୍ଲାରୁ ମାତ୍ର ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଡେଲ୍ଟା ପ୍ଲସ୍ ଭେରିଆଣ୍ଟ ଦ୍ୱାରା ସଂକ୍ରମଣ ବଢୁଛି କି? ଆଉ କେହି ଏହି ଭେରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କି, ସେ ସଂପର୍କରେ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ସର୍ଭେଲାନ୍ସକୁ ବଢାଇଛି।
ଡେଲ୍ଟା ପ୍ଲସ୍ର ପ୍ରଥମ କେସ୍ ଚିହ୍ନଟ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବସାଲଇ ଗାଁରେ ପହଞ୍ଚି ଏହାର କାରଣ ସଂପର୍କରେ ତନାଘନା କରିଥିଲେ। ସେହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିବା ରିପୋର୍ଟ ଅନୁସାରେ, ବସଲାଇ ଗାଁର ମିଲୁ ରାଜହଂସଙ୍କ ଶରୀରରେ ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ମିଳିଥିଲା। ମିଲୁ କେମିତି କୋଭିଡ୍ ଆକ୍ରାନ୍ତ ହୋଇଥିଲେ? ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ଗାଁରେ ସଂକ୍ରମଣର ସ୍ଥିତି କଣ? ସେ ସଂପର୍କରେ ସବିଶେଷ ଅନୁଧ୍ୟାନ କରିଛି ଟିମ୍।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ୍ ୨୬ରେ ମିଲୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ତାପୂର୍ବରୁ ମାର୍ଚ୍ଚ ୩୦ରେ ସେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇସାରିଥିଲେ ଏପ୍ରିଲ୍ ୭ରୁ ୧୪ ଭିତରେ ଗାଁରେ ଅଷ୍ଟପ୍ରହରି ଲାଗି ୩-୪ ଥର ବୈଠକ ହୋଇଥିଲା। ଏଥିରେ ଯୋଗଦେଇଥିବା ମିଲୁଙ୍କ ସମେତ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମିଲୁଙ୍କ ପାଖ ପଡୋଶୀ କିଛି ଲୋକ ମଧ୍ୟ ଏପ୍ରିଲ୍ ୬ରୁ ୧୮ ଭିତରେ କିଏ ଯାତ୍ରା ଦେଖି ତ ଆଉ କିଏ କମ୍ପାନିରୁ କାମ କରି ଗାଁକୁ ଫେରିଥିଲା। ୧୭ରୁ ୩୦ ଏପ୍ରିଲ୍ ଭିତରେ ଗାଁର ମୋଟ୍ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମେ ଦ୍ୱିତୀୟ ସପ୍ତାହରେ ମିଲୁଙ୍କ ସ୍ୱାବ୍ ନମୁନାରୁ ମିଳିଥିବା କରୋନା ଭାଇରସ୍ ଜିନୋମ୍ ସିକ୍ୟୁଏନ୍ସିଂ କରାଯାଇଥିଲା। ଯେଉଁଥିରୁ ତାହା ଡେଲ୍ଟା ପ୍ଲସ୍ ଭେରିଆଣ୍ଟ ବୋଲି ଚିହ୍ନଟ ହୋଇଥିଲା। ଏବେ କିନ୍ତୁ ମିଲୁ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।
କରୋନାର ଦ୍ୱିତୀୟ ଲହରରେ ଓଡ଼ିଶାର ଅଧିକାଂଶ କେସ୍ରେ ଡେଲ୍ଟା ଭେରିଆଣ୍ଟ ଚିହ୍ନଟ ହୋଇଥିବା ପୂର୍ବରୁ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/delta-plus-6_1624806434.jpg)