government-to-distribute-free-5-kg-foodgrain-to-poor-in-may-june
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟ । କୋଭିଡ୍ ମହାମାରୀ ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ଦିଆଯିବ । ଯୋଜନାର ଚତୁର୍ଥ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଉପକୃତ ହେବେ ଓଡ଼ିଶାର ୩ କୋଟି ୨୪ ଲକ୍ଷ ହିତାଧିକାରୀ ।
ସ୍କିମ ଅଧିନରେ କେନ୍ଦ୍ର ସରକାର ଜୁଲାଇରୁ ନଭେମ୍ବର ଯାଏ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇବେ ଖାଦ୍ୟ ଶସ୍ୟ। ଏଥିପାଇଁ ରାଜ୍ୟକୁ ୧.୦୮ ଲକ୍ଷ ମେଟ୍ରିକ ଟନ୍ ଗହମ ଓ ୭.୦୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର । ଚତୁର୍ଥ ପର୍ଯ୍ୟାୟ ସମ୍ପ୍ରସାରଣ କାରଣରୁ କେନ୍ଦ୍ର ସରକାର ମୋଟ ୩ ହଜାର ୪୪ କୋଟି ଟଙ୍କା ବହନ କରିବେ । ହିତାଧିକାରୀଙ୍କୁ ଚାଉଳ ଓ ଗହମ ଆବଣ୍ଟନ ଲାଗି FCI ଚାଉଳ କିଲୋ ୩୯ ଟଙ୍କା ଓ ଗହମ ୨୮ ଟଙ୍କାରେ କ୍ରୟ କରିଛି ।
ଏହାପୂର୍ବରୁ ତୃତୀୟ ପର୍ଯ୍ୟାୟରେ ମେ’ ଓ ଜୁନ୍ ଦୁଇ ମାସ ପାଇଁ ୨.୮୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏବଂ ୪୩ ହଜାର ମେଟ୍ରିକ ଟନ୍ ଗହମ ହିତାଧିକାରୀଙ୍କୁ ଦିଆଯାଇଛି । ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଆବଣ୍ଟନ ପାଇଁ ୧୨୨୦ କୋଟି ଖର୍ଚ୍ଚ କରିଥିଲେ କେନ୍ଦ୍ର ସରକାର । ଏନେଇ ଏଫସିଆଇ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛନ୍ତି ଏହାର ଓଡ଼ିଶା ମହାପ୍ରବନ୍ଧକ ନିଶିଥ କୁମାର ପ୍ରଧାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/government-to-distribute-free-5-kg-foodgrain-to-poor-in-may-june_1625484990.jpg)