Advertisment

Mystery Over Disappearance: ୩ ଦିନ ହେବ ମଝି ସମୁଦ୍ରରୁ ନିଖୋଜ, ମେରାଇନ ଇଞ୍ଜିନିୟର ସାର୍ଥକ ମହାପାତ୍ରଙ୍କର ମିଳୁନି ପତ୍ତା

ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ର ମେରାଇନ ଇଞ୍ଜିନିୟର ସାର୍ଥକ ମହାପାତ୍ର ଡ୍ୟୁଟି ସମୟରେ ଜାହାଜରୁ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛନ୍ତି। EA ଜର୍ସୀ ଭେସେଲରେ ସାର୍ଥକ ଥିଲେ ଅନ୍ୟତମ କ୍ରିୟୁ ମେମ୍ବର।

MISSING CASE

MISSING CASE Photograph: (OTV)

Advertisment

କେଉଁଠି ଏବଂ କେଉଁ ପରିସ୍ଥିତିରେ ନିଖୋଜ ହୋଇଗଲେ ଭଦ୍ରକ ଜିଲ୍ଲାର ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର ? ଆଜିକୁ ୩ ଦିନ ବିତିଯାଇଥିଲେ ବି ମିଳୁନି ପତ୍ତା। ୱେଷ୍ଟ ଆଫ୍ରିକାରୁ ସିଙ୍ଗାପୁର ଫେରୁଥିବା ବେଳେ ମାଲେସିଆ ନିକଟବର୍ତ୍ତୀ ସମୁଦ୍ରରେ ନିଖୋଜ ହୋଇଥିବା ସାର୍ଥକଙ୍କ ମା’ କହିଛନ୍ତି।

Advertisment

ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ର ମେରାଇନ ଇଞ୍ଜିନିୟର ସାର୍ଥକ ମହାପାତ୍ର ଡ୍ୟୁଟି ସମୟରେ ଜାହାଜରୁ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଛନ୍ତି। EA ଜର୍ସୀ ଭେସେଲରେ ସାର୍ଥକ ଥିଲେ ଅନ୍ୟତମ କ୍ରିୟୁ ମେମ୍ବର।

୨୦୨୫ ଜୁଲାଇ ୧୪ରୁ ସାର୍ଥକ ଏହି ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସଂପୃକ୍ତ କମ୍ପାନୀ ପକ୍ଷରୁ ସାର୍ଥକ ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜା ଖୋଜି ପାଇଁ ସନ୍ଧାନ ଜାରି ରହିଥିବା ଚିଠି ଲିଖି ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି।

Advertisment

ପରିବାର ଲୋକଙ୍କ କହିବା କଥା, ନିଖୋଜ ହେବାର ଦିନକ ଆଗରୁ ଅର୍ଥାତ ୨ ତାରିଖରେ ଶେଷଥର ପାଇଁ ସାର୍ଥକଙ୍କ ସହ ତାଙ୍କ ମା’ ଫୋନରେ କଥା ହୋଇଥିଲେ। ସାର୍ଥକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ ।

ଏପଟେ ଘଟଣାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସାର୍ଥକଙ୍କୁ ଉଦ୍ଧାର ନିମନ୍ତେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ବିଶାଲ୍ ଗନନ। 

Advertisment
Missing Malaysia Sarthak Mahapatra Missing Sailor Odisha Youth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ