Advertisment

ସୀମା ବିବାଦକୁ ନେଇ ଆଜି ପୁଣି ହେଲା ଆଲୋଚନା

ଓଡ଼ିଶା-ପଶ୍ଚିମବଂଗ ସୀମା ବିବାଦ ପ୍ରସଙ୍ଗ ନେଇ ଆଜି ପୁଣି ଆଲୋଚନା ହୋଇଛି। ଓଡ଼ିଶା ଓ ପଶ୍ଚିମବଂଗର ପ୍ରଶାସନିକ ଅଧିକାରୀଙ୍କୁ ନେଇ ବାଲେଶ୍ୱର ସର୍କିଟ୍ ହାଉସରେ ଏହି ଆଲୋଚନା ହୋଇଛି। ବୈଠକରେ ଦୁଇ ରାଜ୍ୟର ୬ ଅଧିକାରୀ ଓ ୨ ଜଣ ବିଶେଷଜ୍ଞ ଉପସ୍ଥିତ ଥିଲେ

ସୀମା ବିବାଦକୁ ନେଇ ଆଜି ପୁଣି ହେଲା ଆଲୋଚନା

Satellite-survey

Advertisment

ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଂଗ ସୀମା ବିବାଦ ପ୍ରସଙ୍ଗ ନେଇ ଆଜି ପୁଣି ଆଲୋଚନା ହୋଇଛି। ଓଡ଼ିଶା ଓ ପଶ୍ଚିମବଂଗର ପ୍ରଶାସନିକ ଅଧିକାରୀଙ୍କୁ ନେଇ ବାଲେଶ୍ୱର ସର୍କିଟ୍ ହାଉସରେ ଏହି ଆଲୋଚନା ହୋଇଛି। ବୈଠକରେ ଦୁଇ ରାଜ୍ୟର ୬ ଅଧିକାରୀ ଓ ୨ ଜଣ ବିଶେଷଜ୍ଞ ଉପସ୍ଥିତ ଥିଲେ। ପଶ୍ଚିମବଂଗ ମେଦିନାପୁର ଜିଲ୍ଲା ପ୍ରଶାସନ ସହ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ତହସିଲଦାର, ଲ୍ୟାଣ୍ଡ୍ ରେକର୍ଡ ଅଧିକାରୀ,ଓଡ଼ିଶା ରିମୋଟ ସେନ୍ସିଂ ଆପ୍ଲିକେସନ ସେଣ୍ଟର ଅଧିକାରୀ ପ୍ରମୁଖ ଆଲୋଚନା କରିଥିଲେ।

Advertisment

ତେବେ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରିନଥିବାରୁ ଆଗକୁ ପୁଣି ବୈଠକ ବସିବ ବୋଲି ସୂଚନା ରହିଛି। ଏହାପୂର୍ବରୁ ଗତକାଲି ମଧ୍ୟ ଉଭୟ ରାଜ୍ୟର ୮ ଅଧିକାରୀ ସୀମା ବିବାଦ ଥିବା ଗୋବରଘାଟା, ବିଳାସପୁର, ମାଡ଼ିକିଆଓ ରାଜନଗର ମୌଜାରେ ଜିଓଟ୍ୟାଗ୍ ମାଧ୍ୟମରେ ପୂର୍ବ ଚିହ୍ନଟ ପଏଣ୍ଟଗୁଡ଼ିକୁ ମାପ କରି ସୀମା ଚିହ୍ନଟ କରିଥିଲେ। ସେହିଭଳି ଗତ ୨୫ ତାରିଖରେ ମଧ୍ୟ ପଶ୍ଚିମବଙ୍ଗ ମେଦିନାପୁରରେ ବୈଠକ ବସି ଆଲୋଚନା କରାଯାଇଥିଲା। ସେପଟେ ସୀମା ବିବାଦର ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ଏବଂ ଆଜିର ବୈଠକ ଏକ ଭେଳିକ ବୋଲି ଅଭିଯୋଗ କରିଛି କଂଗ୍ରେସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ