Advertisment

Surrender Package: ମାଓବାଦୀଙ୍କୁ ନେଇ ବଡ଼ ଘୋଷଣା, ବଢ଼ିଲା ଆତ୍ମସମର୍ପଣ ରାଶି

ମାଓବାଦୀଙ୍କୁ ଶେଷ ସୁଯୋଗ । ବଢିଲା ମାଓ ଆତ୍ମସମର୍ପଣ ଅର୍ଥ ରାଶି। ୩ ଲକ୍ଷ ୩୦ ହଜାର ଟଙ୍କାରୁ ୪ ଲକ୍ଷ ୯୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । AK-47 ରାଇଫଲ ଧରି ଆତ୍ମସମର୍ପଣ କଲେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର ।

MAO

MAO Photograph: (OTV)

Advertisment

ମାଓବାଦୀଙ୍କୁ ଶେଷ ସୁଯୋଗ । ବଢିଲା ମାଓ ଆତ୍ମସମର୍ପଣ ଅର୍ଥ ରାଶି। ୩ ଲକ୍ଷ ୩୦ ହଜାର ଟଙ୍କାରୁ ୪ ଲକ୍ଷ ୯୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । AK-47 ରାଇଫଲ ଧରି ଆତ୍ମସମର୍ପଣ କଲେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ସେହିଭଳି SLR ରାଇଫଲ ସହ ଆତ୍ମସମର୍ପଣ କଲେ ପୂର୍ବରୁ ୧ ଲକ୍ଷ ୬୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ଏବେ ୪ ଲକ୍ଷ ୯୫ ହଜାର ଟଙ୍କା ଆତ୍ମସମର୍ପଣ ରାଶି ପାଇବେ । ସେହିପରି ଯେଉଁ ମାଓବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଅର୍ଥ ରାଶି ରହିଛି ସେମାନେ ଆତ୍ମସମର୍ପଣ କଲେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ । ଏପରିକି ସେମାନଙ୍କ ନାମରେ ଥିବା ଛୋଟମୋଟ ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ରାଜ୍ୟ ସରକାର ।

Advertisment

ସେପଟେ ଭୟରେ ଥରହର ଲାଲବାହିନୀ । ସଂଗଠନ ଛାଡ଼ି ଆତ୍ମସମର୍ପଣ କଲେ ୪୧ ମାଓବାଦୀ । ସମ୍ବିଧାନ ଦିବସରେ ମାଓବାଦୀଙ୍କ ହାତରେ ସମ୍ବିଧାନର ବହି ଧରାଇଲା ପୋଲିସ । ମାଲକାନଗିରି ନିକଟ ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ଗରିଆବନ୍ଧ ଡିଭିଜନ ସହ ବିଭିନ୍ନ ମାଓ ସଙ୍ଗଠନର ୩୯ଜଣ ଓ ଏହା ସହ ତେଲେଙ୍ଗାନା ରାଜ୍ୟ କମିଟି, ନୂଆପଡ଼ା ଡିଭିଜନର ମଧ୍ୟ ମାଓବାଦୀ ମାନେ ରହିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଏକ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ମହିଳା କ୍ୟାଡର ।

ମୁଖ୍ୟ ସ୍ରୋତକୁ ଫେରିଥିବା ମାଓବାଦୀ କ୍ୟାଡରମାନେ ଭାରତୀୟ ସମ୍ବିଧାନରେ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ମାନଜନକ ଏବଂ ସୁରକ୍ଷିତ ଜୀବନଯାପନ କରିବାକୁ ସଂକଳ୍ପ ନେଇଛନ୍ତି। ପୁନର୍ବାସ ପ୍ରକ୍ରିୟାର ଅଂଶ ଭାବରେ ପ୍ରତ୍ୟେକ କ୍ୟାଡରକୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ଲାଗି ଆହ୍ବାନ ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।

Advertisment

ବଢ଼ିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି
ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର
ଲାଇଟ୍ ମେସିନଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା
AK-୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା
SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା
୧୦ ଲକ୍ଷ ପୁରସ୍କାର ଥିବା ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା
ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ