Advertisment

ଓଡ଼ିଶା ପାଇଁ ଏବେ ଚିନ୍ତା ବଢାଇଲା ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ

ଭୁବନେଶ୍ୱର: ଓଡ଼ିଶା ପାଇଁ ଏବେ ଚିନ୍ତା ବଢ଼ାଉଛି କରୋନାର ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ। କାରଣ ଏହି ଦୁଇଟି ରାଜ୍ୟରେ ଚିହ୍ନଟ ଭ୍ୟାରିଏଣ୍ଟ ଆହୁରି ସଂକ୍ରାମକ। ଏହି ଆଶଙ୍କା କରି ରାଜ୍ୟ ସରକାର ଏବଂ ଓଡ଼ିଶା ସୀମାନ୍ତରେ କଟକଣା ଆହୁରି କଡ଼ାକଡ଼ି…

ଓଡ଼ିଶା ପାଇଁ ଏବେ ଚିନ୍ତା ବଢାଇଲା ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ

coronavirus

Advertisment

ଭୁବନେଶ୍ୱର: ଓଡ଼ିଶା ପାଇଁ ଏବେ ଚିନ୍ତା ବଢ଼ାଉଛି କରୋନାର ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ। କାରଣ ଏହି ଦୁଇଟି ରାଜ୍ୟରେ ଚିହ୍ନଟ ଭ୍ୟାରିଏଣ୍ଟ ଆହୁରି ସଂକ୍ରାମକ। ଏହି ଆଶଙ୍କା କରି ରାଜ୍ୟ ସରକାର ଏବଂ ଓଡ଼ିଶା ସୀମାନ୍ତରେ କଟକଣା ଆହୁରି କଡ଼ାକଡ଼ି କରିଛନ୍ତି। ଉଭୟ ରାଜ୍ୟର ପ୍ରବେଶପଥ ଗୁଡ଼ିକରେ ବର୍ଡର ଚେକପୋଷ୍ଟ ଲଗାଇବାକୁ ଏସଆରସି ସୀମାନ୍ତ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେସବୁ ଜିଳ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର।

Advertisment

ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ଯେଉଁମାନେ ଆସିବେ, ତାଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ତାସହ ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ଥିଲେ କିମ୍ବା କରୋନା ଟିକାର ଉଭୟ ଡୋଜ୍ ନେଇଥିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ରହିବାକୁ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି ଏସଆରସି।

ସେପଟେ ଗଞ୍ଜାମ ଜିଲ୍ଲାରେ ଏହାକୁ ନେଇ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ଆସିଥିବା ବ୍ୟକ୍ତିଙ୍କୁ ଗଞ୍ଜାମରେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ତାସହ କେବଳ ଗଞ୍ଜାମକୁ ଏହି ଦୁଇ ରାଜ୍ୟରୁ ପ୍ରବେଶ କରିବାକୁ ହେଲେ ଗିରିସୋଲା ଗେଟ୍ ଦେଇ ଆସିବାକୁ ହେବ। ଅନ୍ୟ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ