Pachika-Protest Photograph: (OTV)
ଇଏ ପେଟପାଟଣାର କଥା । ଇଏ ଅସନ୍ତୋଷର ନିଆଁ । ଆଉ ଇଏ ନବୀନଙ୍କ ପ୍ରତାରଣାର ଦୁଃଖ । ପୂର୍ବ ସରକାରଙ୍କ ଅବହେଳା ଏବେ ନୂଆ ସରକାରଙ୍କୁ କାଳ ହୋଇଛି । ନବୀନଙ୍କ ପଲିଟିକ୍ସରେ ଛନ୍ଦି ହୋଇଛନ୍ତି ଶିକ୍ଷକ, ଅଧ୍ୟାପକ, ପାଚିକା ଆହୁରି ଏମିତି ଅନେକ ସରକାରୀ କର୍ମଚାରୀ । ପ୍ରଥମେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଳାଇ ସ୍କୁଲରେ ଅଚଳାବସ୍ଥା କରିଥିଲା । ଆଉ ଏବେ ପାଚିକା ସ୍କୁଲରେ ହାଣ୍ଡି ଛାଡ୍ କରି ବିଧାନସଭା ଆଗରେ ଆନ୍ଦୋଳନ କରୁଛି । ନିଖିଳ ଉତ୍କଳ ପାଚିକା ସଙ୍ଘର ପକ୍ଷରୁ ୭ ଦଫା ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୈନିକ ମଜୁରୀ ୪୬୨ ଟଙ୍କା ସହ ପରିଚୟ ପାତ୍ର ଏବଂ ନିୟମିତ କରିବା ଦାବିରେ ଆନ୍ଦୋଳନ କରିଛି ପାଚିକା ସଂଘ ।
ନବୀନ ସରକାର ସମୟରେ ଏମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ମିଳିଛି । ଖୋଲା ଆକାଶ ତଳେ ଦିନ ରାତି ଏକ କରି ଗର୍ଜନ କରିଛନ୍ତି ପାଚିକାମାନେ । ଏମିତିକି, ପୂର୍ବ ସରକାର ଏମାନଙ୍କ ସହ ବାରମ୍ବାର ଆଲୋଚନା କରି ଫେରାଇ ଦେଇଛନ୍ତି । ତଥାପି ନବୀନ ସରକାର ନା ଏମାନଙ୍କ ଦୁଃଖ ଶୁଣିଛନ୍ତି । ନା କିଛି ବ୍ୟବସ୍ଥା କରିଛନ୍ତି । ତେଣୁ ନୂଆ କରି ରାଜ୍ୟରେ ବିଜେପି ସରକାର ଆସିଥିବାରୁ ପାଚିକାମାନେ ମୋହନ ସରକାର ଉପରେ ଭରସା ରଖିଛନ୍ତି । ସେପଟେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ୪ ଦିନ ପୂରିବାକୁ ବସିଲାଣି । ସରକାରଙ୍କ ସହ କୌଣସି ସୁଫଳ ଆଲୋଚନା ହୋଇନଥିବାରୁ ସେମାନେ ବି ଜିଦରେ ଅଟଳ ଅଛନ୍ତି । ଫଳରେ ସ୍କୁଲରେ ପାଠ ପଢ଼ା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠପ୍ ।
ପ୍ରତିବର୍ଷ ଆନ୍ଦୋଳନ । ପ୍ରତିବର୍ଷ ହରତାଳ । ଆଉ ପ୍ରତି ବର୍ଷ ପ୍ରତିଶ୍ରୁତି । ପ୍ରତ୍ୟେକ ବର୍ଷ ବଜାର ଦର ବଢ଼ୁଥିବାରୁ ଏମାନଙ୍କ ତେଲଲୁଣ ସଂସାର ଚଳିବାରେ ବେଶ୍ ଅସୁବିଧା ହେଇଛି । ତେଣୁ ଏମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାରେ ଆବଶ୍ୟକ ଥିବା କହିଛନ୍ତି ପାଚିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/08/pachika-protest-2025-12-08-20-01-14.jpg)