Advertisment

ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୪୪ ମୃତ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩,୬୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ…

ଅଦ୍ୟତନ ହୋଇଛି
ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୪୪ ମୃତ

corona

Advertisment

ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩,୬୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧,୫୫୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୬୧ରେ ପହଞ୍ଚିଛି।

Advertisment

ଆଜି ହୋଇଥିବା ଚିହ୍ନଟ ୩,୬୫୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୧୨, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, କଟକରୁ ୪୮୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୬୮, ଖୋର୍ଦ୍ଧାରୁ ୬୦୪, କୋରାପୁଟରୁ ୧୦୪, ମାଲକାନଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

Advertisment


ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୦,୫୯୬ରେ ପହଞ୍ଚି ଥିବାବେଳେ ୮,୫୩,୦୧୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୩,୭୭୦ ରହିଛି।

Odisha Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ