ଓଡ଼ିଶାରେ ୨ ହଜାରକୁ କମିବ କି ପଲ୍ୟୁସନ୍ ଫାଇନ୍ Photograph: (OTV)
ଓଡ଼ିଶାରେ କମିପାରିବ ତ ପଲ୍ୟୁସନ୍ ଫାଇନ୍ ? ଏମପି ଢାଞ୍ଚାରେ ୨ ହଜାରକୁ ଖସିବ କି ଜରିମାନା ? ଫାଇନ୍ ହ୍ରାସ ନେଇ ଗତକାଲି ପରିବହନ ମନ୍ତ୍ରୀ ସଂକେତ ଦେଇଥିବାବେଳେ ରାଜ୍ ସରକାରଙ୍କ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । ୧୦ ହଜାର ଟଙ୍କା ପଲ୍ୟୁସନ୍ ଫାଇନ୍ ଆଇନଗତ ନିଷ୍ପତ୍ତି ହୋଇଥିବାରୁ ଏହାକୁ ସରକାର ବଦଳାଇପାରିବେ ନାହଁ। ତେବେ ସର୍ବକ୍ଷମା ଆଧାରରେ ଫାଇନ୍ ଛାଡ଼ କିମ୍ବା ଚାଲାଣରେ ରିହାତି ଦେଇପାରିବେ। ସେପଟେ ରାଜଧାନୀରେ ଆଜିଠୁ ମିଳିଛି ଗ୍ରୀନ୍ ଷ୍ଟିକର୍ । ଅନ୍ୟପଟେ ପିୟୁସିସି କରିବାକୁ ଆହୁରି ଅଧିକ ସମୟ ଦାବି କରିଛନ୍ତି ଲୋକେ ।
ମଧ୍ୟପ୍ରଦେଶ ଢାଞ୍ଚାରେ ପଲ୍ୟୁସନ୍ ଜରିମାନା କମାଇବାକୁ ସରକାର ବିଚାର କରୁଥିବା ନେଇ ପରିବହନ ମନ୍ତ୍ରୀଙ୍କ ବୟାନ ପରେ ଉଠିଛି ବଡ଼ ପ୍ରଶ୍ନ। ଫାଇନ୍ ହ୍ରାସ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ।
ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ମୋଟର ଯାନ ଆଇନ ସଂସଦୀୟ ବିଧିନିୟମ। ଏହି ଆଇନକୁ ପରିବର୍ତ୍ତ କରିବା ବା ଏଥିରେ ସଂଶୋଧନ କରିବା ରାଜ୍ୟ ସରକାରର ପରିସରଭୁକ୍ତ ନୁହେଁ। ମୋଟର ଯାନ ସଂଶୋଧନ ଆଇନ ୨୦୧୯ର ଉଦ୍ଦେଶ୍ୟ ହେଉଛି, ଜୋରିମାନା ବୃଦ୍ଧି କରି ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରାଯିବା ସହିତ ସଡ଼କ ସୁରକ୍ଷାକୁ ସୁଦୃଢ କରିବା। ୧୦ ହଜାର ଟଙ୍କାର ପଲ୍ୟୁସନ୍ ଫାଇନ୍ ନିୟମ ସଂସଦରେ ପାରିତ ହୋଇଛି । ଏଣୁ ଏହାକୁ ବଦଳାଇବା କିମ୍ବା ଫାଇନ ହ୍ରାସ କରିବା ପାଇଁ ରାଜ୍ୟର କ୍ଷମତା ନାହିଁ । ଯେଉଁ ରାଜ୍ୟ ନିୟମ ଉଂଲ୍ଲଘନ କରିଛନ୍ତି ସେମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ନୋଟିସ୍ ହୋଇଛି। ତେବେ ଫାଇନ କମାଇବା ପରିବର୍ତ୍ତେ ସର୍ବକ୍ଷମା ଆଧାରରେ ଜରିମାନା ମାଫ୍ କରିପାରିବେ ରାଜ୍ୟ ସରକାର। ଓଟିଏସ ସ୍କିମ୍ ଭଳି ଚାଲାଣ ଅଧା କିମ୍ବା କିଛି ପ୍ରତିଶତ ହ୍ରାସ କରିପାରିବେ।
ଏପଟେ ପରିବହନ ମନ୍ତ୍ରୀଙ୍କ ଫାଇନ୍ ହ୍ରାସ ବିଚାର ବୟାନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା। ଅନ୍ୟପଟେ ଭୁବନେଶ୍ୱରର ବିଭିନ୍ନ ଟେଷ୍ଟିଂ ସେଣ୍ଟରରେ ମିଳିଛି ଗ୍ରୀନ୍ ଷ୍ଟିକର୍। ତେବେ ପିୟୁସିସି ପାଇଁ ଅଧିକ ସମୟ ଦେବାକୁ ଦାବି କରିଛନ୍ତି ଲୋକେ।
ମଧ୍ୟପ୍ରଦେଶ ସମେତ କିଛି ରାଜ୍ୟରେ ସରକାର ପଲ୍ୟୁସନ୍ ଫାଇନକୁ ହ୍ରାସ କରିଛନ୍ତି। ପ୍ରଥମଥର ନିୟମ ଉଲ୍ଲଂଘନ କଲେ ଏକ ହଜାର ଏବଂ ପରବର୍ତ୍ତୀ ସମୟରେ ୨ ହଜାର ଟଙ୍କା ଜୋରିମାନା ପ୍ରାବଧାନ ରହିଛି। ତେବେ ଓଡ଼ିଶାରେ ବି ଅନ୍ୟରାଜ୍ୟ ଢାଞ୍ଚାରେ ଫାଇନ୍ ହ୍ରାସ ପାଇବ ନା କେନ୍ଦ୍ରର ବିଧିବ୍ୟବସ୍ଥା ଭିତରେ ସରକାର ନିଷ୍ପତ୍ତି ନେବେ ତାହା ସମୟ କହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/odisha-pollution-fine-2026-01-11-20-00-50.jpg)