Advertisment

OPRB: ହେଲ୍ପ ଲାଇନ୍ ନମ୍ବର ଜାରି, ଅଭିଯୋଗ ଥିଲେ ତୁରନ୍ତ କଲ୍ କରନ୍ତୁ

ସ୍ବଚ୍ଛତାର ସହ CPSE-2024 ପରୀକ୍ଷା ପାଇଁ ନିଆଗଲା ପଦକ୍ଷେପ । ହେଲ୍ପ ଲାଇନ୍ ନମ୍ବର ଜାରି କଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ଅଭିଯୋଗ ଥିଲେ କଲ୍ କରି ପାରିବେ ।

OPRB

OPRB Photograph: (OTV)

Advertisment

ବ୍ରହ୍ମପୁର ପୋଲିସ ଦ୍ବାରା SI ଚାକିରି ରାକେଟର ପର୍ଦ୍ଦାଫାସ୍ ପରେ OPRBର ବଡ଼ ନିଷ୍ପତ୍ତି । ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ ନମ୍ବର ହେଲା ୯୦୪୦୪୯୩୨୨୩ । ଯାହାର ଯାହା ଅଭିଯୋଗ ଅଛି ଏହି ନମ୍ବରରରେ ଅଭିଯୋଗ କରିପାରିବେ । 
ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ପେଶାଲ୍ କୋଚିଂ ଦେବାକୁ କରୁଥିଲା ପ୍ରୟାସ । ସେମାନଙ୍କ ପିଛା କରି ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି । 
ତେବେ ଚାକିରି ଜାଲିଆତି ପଛରେ କିଏ ସେ ନେଇ ପୋଲିସ ଛାନଭିନ ଚଳାଇଛି । ପ୍ରଶ୍ନ ଉଠୁଛି- ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା କିଭଳି ପିଲାଙ୍କୁ ଦେଉଥିଲା ସ୍ପେଶାଲ୍ କୋଚିଂ ? ପୂର୍ବରୁ ବି ଏଭଳି ସ୍ପେଶାଲ କୋଚିଂ ଦେଇନି ତ ସଂପୃକ୍ତ ସଂସ୍ଥା ? କେବେଠାରୁ ଚାଲିଛି ଏଭଳି ଚାକିରି ଜାଲିଆତି ? ଏନେଇ ବିଭିନ୍ନ ଦିଗରୁ ଛାନଭିନ ଚଳାଇଛି ବ୍ରହ୍ମପୁର ପୋଲିସ ।  

Advertisment
Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ