Advertisment

ସରୋଜଙ୍କ ବୟାନକୁ ନେଇ ଏମିତି କହିଲା ଓଡ଼ିଶା ପୋଲିସ

ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ମୁଖ୍ୟଙ୍କ ବିରୋଧରେ ସରୋଜ ସେଠୀଙ୍କ ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଓଡ଼ିଶା ପୋଲିସ। ଗତକାଲି ଏକ ପ୍ରେସ ରିଲିଜ ଜାରି କରି ପୋଲିସ କହିଛି ଯେ, ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି

ସରୋଜଙ୍କ ବୟାନକୁ ନେଇ ଏମିତି କହିଲା ଓଡ଼ିଶା ପୋଲିସ

odisha police

Advertisment

ଭୁବନେଶ୍ୱର: ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ମୁଖ୍ୟଙ୍କ ବିରୋଧରେ ସରୋଜ ସେଠୀଙ୍କ ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଓଡ଼ିଶା ପୋଲିସ। ଗତକାଲି ଏକ ପ୍ରେସ ରିଲିଜ ଜାରି କରି ପୋଲିସ କହିଛି ଯେ, ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି। ମାମଲାରେ ଅନେକ ଲୋକଙ୍କୁ ଜେରା ହୋଇଛି, ତଦନ୍ତରେ ଆଖିଦୃଶିଆ ଅଗ୍ରଗତି ହୋଇଛି। ତଦନ୍ତ ପ୍ରକ୍ରିୟାରେ SITକୁ ପୂରା ଗାଁ ଲୋକ ସହଯୋଗ କରୁଛନ୍ତି। ତେବେ ପୂର୍ବରୁ ସରୋଜ ଅଭିଯୋଗ କରିଥିଲେ ଯେ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟାକାଣ୍ଡର ଦୋଷ ମୁଣ୍ଡାଇବାକୁ ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ। ଏହାସହ କହିଥିଲେ ଯେ, ତୁମକୁ ୧୮ ବର୍ଷ ହୋଇଛି କିନ୍ତୁ ଆମେ ୧୭ କରିଦେବୁ । କେବଳ ଏତିକି ନୁହେଁ ବରଂ ନିର୍ଭୟା କାଣ୍ଡର ଉଦାହାରଣ ଦେଇଥିବା ମଧ୍ୟ ସରୋଜ ଅଭିଯୋଗ କରିଛନ୍ତି।

Advertisment

ତେବେ ସରୋଜଙ୍କ ଏପରି ବୟାନକୁ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଟିମକୁ ହତୋତ୍ସାହ କରିବ ବୋଲି ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି। ଏହା ଦୁର୍ଭାଗ୍ୟଜନକ ଏବଂ ଅନୈତିକ ବୋଲି ଓଡ଼ିଶା ପୋଲିସ କହିଛି। ହାଇକୋର୍ଟ ପରୀ ମାମଲାର ଅନୁଧ୍ୟାନ କରୁଛନ୍ତି ଏବଂ SIT ଅଗ୍ରଗତି ରିପୋର୍ଟ ଦେଉଛି। SITକୁ ତା' କାମ ଶେଷ କରିବାକୁ ଦିଆଯାଉ ବୋଲି ଓଡ଼ିଶା ପୋଲିସ ଅପିଲ୍ କରିଛି। ଓଡ଼ିଶା ପୋଲିସ ନିରପେକ୍ଷ ଏବଂ ତତ୍ପର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ପରୀକୁ ନ୍ୟାୟ ଦେବାକୁ ତଦନ୍ତର କୌଣସି ପୃଷ୍ଠା ଛଡ଼ା ଯିବନାହିଁ ବୋଲି ପୋଲିସ କହିଛି।

Advertisment

Pari Murder Case Odisha Saroj Sethy In Pari Case Nayagarh Minor Girl Missing Case SIT Action In Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ