BANIJYA-MELA Photograph: (OTV)
ପୁଣି ଚମକିଲା ଓଡ଼ିଶା। ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’ ସ୍ବର୍ଣ୍ଣ ପଦକ ହାସଲ କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ଏହି ବିଶାଳ ମେଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି।
ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଅତିରିକ୍ତ ଆବାସିକ ଆୟୁକ୍ତ ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚଳିତ ବର୍ଷକୁ ମିଶାଇ ଓଡ଼ିଶା କ୍ରମାଗତ ଚତୁର୍ଥ ଥର ପାଇଁ ପୁରସ୍କାର ପାଇଛି। ତା’ ଭିତରେ ଓଡ଼ିଶା ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛି।
ଏଥର ‘ଓଡ଼ିଶା ମଣ୍ଡପ’ର ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଉଥିବା ‘ବୋଇତ’ ଆକୃତିର ତୋରଣ ନିର୍ମାଣ ହୋଇଥିଲା। ସେହିପରି ମଣ୍ଡପ ଭିତରେ ଧଉଳିର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରି ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦେଶ ବିଦେଶର ଦର୍ଶକଙ୍କୁ ଆକର୍ଷିତ କରିଥିଲା।
ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚମକିଲା ଓଡ଼ିଶା
‘ଓଡ଼ିଶା ମଣ୍ଡପ’ ଜିତିଲା ସ୍ବର୍ଣ୍ଣ ପଦକ
ଓଡ଼ିଶା କ୍ରମାଗତ ଚତୁର୍ଥ ଥର ପାଇଁ ପୁରସ୍କୃତ
ଏଯାଏଁ ଓଡ଼ିଶାକୁ ଦୁଇ ଥର ମିଳିଲାଣି ସ୍ୱର୍ଣ୍ଣ ପଦକ
ଶ୍ରୀମନ୍ଦିର ସିଂହଦ୍ୱାର ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଇଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/banijya-mela-2025-11-28-10-09-52.jpg)