Advertisment

ବେକାରୀରେ ଓଡ଼ିଶା ନମ୍ବର ଓ୍ୱାନ୍ : ରିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି। ପୁରୁଷ ବେକାର କ୍ଷେତ୍ରରେ ସାରା ଦେଶରେ ନମ୍ବର ଓ୍ୱାନ ଓଡ଼ିଶା। ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ଉଦ୍‌ବେଗଜନକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସ ରିପୋର୍ଟ କହୁଛି ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ […]

ବେକାରୀରେ ଓଡ଼ିଶା ନମ୍ବର ଓ୍ୱାନ୍ : ରିପୋର୍ଟ

jobs

Advertisment

ଭୁବନେଶ୍ୱର : ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି। ପୁରୁଷ ବେକାର କ୍ଷେତ୍ରରେ ସାରା ଦେଶରେ ନମ୍ବର ଓ୍ୱାନ ଓଡ଼ିଶା। ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ଉଦ୍‌ବେଗଜନକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସ ରିପୋର୍ଟ କହୁଛି ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ ହାସଲ କରିଛି।

Advertisment

ବେକାର ପୁରୁଷ- ୩୨ ପ୍ରତିଶତ

ବେକାର ମହିଳା-୩୯.୨ ପ୍ରତିଶତ

ସାମଗ୍ରିକ ବେକାର-୩୩.୮ ପ୍ରତିଶତ

publive-imageରାଜ୍ୟରେ ୧୫ରୁ ୨୯ ବର୍ଷ ବୟସ ଭିତରେ ଚାକିରି ଆଶାୟୀ ବେରୋଜଗାର ଯୁବକଙ୍କ ହାର ସାରା ଦେଶରେ ସର୍ବାଧିକ ୩୨ ପ୍ରତିଶତ ଥିଲା। ଯେତେବେଳେ କି ଜାତୀୟ ହାର ରହିଥିଲା ୨୦.୯ ପ୍ରତିଶତ।

ସେହିପରି ଏହି ସମୟରେ ମଧ୍ୟରେ ବେକାର ମହିଳାଙ୍କ ହାର ଥିଲା ୩୯.୨ ପ୍ରତିଶତ। ତେବେ ମହିଳାଙ୍କ କ୍ଷେତ୍ରରେ କିନ୍ତୁ ଓଡ଼ିଶାର ସ୍ଥାନ ପଞ୍ଚମରେ। ହେଲେ ଉଭୟ ବେକାର ପୁରୁଷ ଓ ମହିଳାଙ୍କ ସାମଗ୍ରିକ ହାରରେ ଓଡ଼ିଶା ତୃତୀୟ ସ୍ଥାନରେ । ଓଡ଼ିଶା ଉପରକୁ କେବଳ ଜାମ୍ମୁ-କାଶ୍ମୀର ଓ କେରଳ । ଉଦ୍‌ବେଗର କଥା ହେଉଛି ଆତଙ୍କବାଦ ସମସ୍ୟା ସହ ଜୁଝୁଥିବା ଜାମ୍ମୁ-କାଶ୍ମୀର ବେରୋଜଗାରୀ ସ୍ଥିତି ଭଳି ଓଡ଼ିଶାର ବି ଦୟନୀୟ ସ୍ଥିତି।

Advertisment

publive-imageସେହିପରି ୧୫ ବର୍ଷରୁ ଅଧିକ ବୟସ ବର୍ଗର ସାମଗ୍ରିକ ବେରୋଜଗାର ହାରରେ ମଧ୍ୟ ଓଡ଼ିଶା ସବୁ ରାଜ୍ୟକୁ ପଛକୁ ଠେଲି ୧୫.୭ ପ୍ରତିଶତ ସହ ନମ୍ବର ଓ୍ୱାନ୍ ସ୍ଥାନ ହାସଲ କରିଛି। ଏନ୍ଏସ୍ଓର ଏଇ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ବେରୋଜଗାରୀ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

 ହେଲେ ରାଜ୍ୟରେ କାହିଁକି ସଂକୁଚିତ ହେଉଛି ନିଯୁକ୍ତିର ସୁଯୋଗ ? ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମ ସତ୍ତ୍ୱେ କାହିଁକି ହଟୁନି ବେକାରୀ? ଶିଳ୍ପାୟନରେ ନିଯୁକ୍ତି ସୁଯୋଗ ସୃଷ୍ଟିରେ ବିଫଳତା, ନା ବେକାରୀ ସମସ୍ୟା ଦୂର କ୍ଷେତ୍ରରେ ଆନ୍ତରିକତାର ଅଭାବ, ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ