Advertisment

Odisha MLAs Get: ସାଢ଼େ ତିନି ଗୁଣା ବଢ଼ିଗଲା ଏମଏଲଏଙ୍କ ଦରମା , ଓଡ଼ିଶାରେ ଆହୁରି ଧନୀ ହେବେ ବିଧାୟକ

ଗରିବ ରାଜ୍ୟ ହେଲେ ଧନୀ ହେବେ ବିଧାୟକ। ବିଧାୟକଙ୍କୁ ଦରମାରେ ଦେଶରେ ତଳେ ଥିଲା ଓଡିଶା। ଏଣିକି ଦେଶରେ ଏକ ନମ୍ବର ରାଜ୍ୟ । ଏକା ବେଳକେ ସାଢେ ୩ ଗୁଣା ବୃଦ୍ଧି। ମିଳୁଥିଲା ଲକ୍ଷେ ପାଇବେ, ପ୍ରାୟ ସାଢେ ୩ ଲକ୍ଷ ।

MLA-SALARY-HIKED-THREE-TIMES

MLA-SALARY-HIKED-THREE-TIMES Photograph: (OTV)

Advertisment

ଗରିବ ରାଜ୍ୟ ହେଲେ ଧନୀ ହେବେ ବିଧାୟକ। ବିଧାୟକଙ୍କୁ ଦରମାରେ ଦେଶରେ ତଳେ ଥିଲା ଓଡିଶା। ଏଣିକି ଦେଶରେ ଏକ ନମ୍ବର ରାଜ୍ୟ । ଏକା ବେଳକେ ସାଢେ ୩ ଗୁଣା ବୃଦ୍ଧି। ମିଳୁଥିଲା ଲକ୍ଷେ ପାଇବେ, ପ୍ରାୟ ସାଢେ ୩ ଲକ୍ଷ । ଆହୁରି ପିଛିଲା ଭାବେ ଲାଗୁ ହେଉଥିବାରୁ ୧୮ ମାସ ବର୍ଦ୍ଧିତ ଦରମା ମିଳିବ। ଅର୍ଥାତ ଜଣେ ଜଣେ ବିଧାୟକଙ୍କୁ ଥରକେ ମିଳିବ ୩୦ରୁ ୪୦ ଲକ୍ଷ।

Advertisment

ଗତକାଲି ବିଧାନସଭାରେ ସର୍ବସମ୍ମତି କ୍ରମେ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଏବଂ ପେନସନ ସଂଶୋଧିତ ବିଧେୟକ, ୨୦୨୫ ପାରିତ ହେବା ପରେ ସାରା ରାଜ୍ୟରେ ତାକୁ ନେଇ ଚର୍ଚ୍ଚା। ଏବେ ନଜର ପକାନ୍ତୁ ବର୍ଦ୍ଧିତ ଦରମା ଅନୁସାରେ କିଏ କେତେ ବର୍ଦ୍ଧିତ ଦରମା ପାଇବେ। ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୭୪ ହଜାର, ଉପମୁଖ୍ୟମନ୍ତ୍ରୀ ୩ ଲକ୍ଷ ୬୮ ହଜାର, ବାଚସ୍ପତି ୩ ଲକ୍ଷ ୬୮ ହଜାର। କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ମୁଖ୍ୟ ସଚେତକ ୩ ଲକ୍ଷ ୬୨ ହଜାର। ଉପ-ବାଚସ୍ପତି ଏବଂ ରାଷ୍ଟ୍ରମନ୍ତ୍ରୀ ୩ ଲକ୍ଷ ୫୬ ହଜାର। ଆଉ ବିଧାୟକମାନେ ଦରମା ପାଇବେ ୩ ଲକ୍ଷ ୪୫ ହଜାର।  ପୂର୍ବତନ ବିଧାୟକମାନେ ମଧ୍ୟ ଦରମା ବୃଦ୍ଧି ଯୋଗୁଁ ଫାଇଦା ମିଳିବ ।  ପେନସନ ବାବଦକୁ ସେମାନେ ପାଇବେ ୮୦ ହଜାର ଟଙ୍କା।ଏହା ସହିତ ମେଡିକାଲ, ସ୍ବାସ୍ଥ୍ୟ ଭତ୍ତା ମଧ୍ୟ ରହିଛି । 



ବିଧାୟକଙ୍କ ଦରମା ବୃଦ୍ଧି ଭିତରେ, ସବୁଠୁ ଚର୍ଚ୍ଚା ୨୦ ହଜାର ବିଦ୍ୟୁତ ବିଲ୍ ଭତ୍ତା ଏବଂ ୧୫ ହଜାର ଟେଲିଫୋନ ଭତ୍ତାକୁ ନେଇ। ତେବେ ଏହାରି ଭିତରେ ସାଧାରଣରେ ପ୍ରତିକ୍ରିୟା ମଧ୍ୟ ତେଜିଛି। ଲୋକଙ୍କ ମତରେ ଦରମା ବୃଦ୍ଧି ସହ ବିଧାୟକଙ୍କ ଦାୟିତ୍ୱବୋଧ ସହ ଉତ୍ତରଦାୟିତ୍ବ ମଧ୍ୟ ବଢିବା ଦରକାର । ଅନେକ ସମୟରେ ଦେଖିବାକୁ ମିଳେ ବିଧାୟକ ଆସୁନାହାନ୍ତି। ବିଧାନସଭା ଠିକ୍ ଭାବରେ ଚାଲିପାରୁନି। ତେଣୁ ଦରମା ବଢିଲେ ଆଉ ଯେମିତି ଏ ଅଭିଯୋଗ ନହେବା ଦରକାର ବୋଲି କହିଛନ୍ତି ସାଧାରଣ ଲୋକେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ