Advertisment

Odisha MLA Salary Hike: କପେ ଚା’କୁ ନିଅଣ୍ଟ ସାଢ଼େ ୩ ଲକ୍ଷ, ଝାଡ଼ିଦେଲେ ଜୟ

କପେ କପେ ଚା’ ଦେଲେ ଯାଏ ଲକ୍ଷେ ଟଙ୍କା । ଏମିତି କଥା କହି କହି ସାଢ଼େ ୩ ଲକ୍ଷ ଟଙ୍କା ଦରମାର ହିସାବ ଦେଇଦେଲେ ଜୟନାରାୟଣ । ଏକାଥରେ ବିଧାୟକଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧିକୁ ନେଇ ସାରା ଦେଶ ପଡ଼ୁଛି ଉଠୁଛି ।

MLA-Salary-Hike

MLA-Salary-Hike Photograph: (OTV)

Advertisment

କପେ କପେ ଚା’ ଦେଲେ ଯାଏ ଲକ୍ଷେ ଟଙ୍କା । ଏମିତି କଥା କହି କହି ସାଢ଼େ ୩ ଲକ୍ଷ ଟଙ୍କା ଦରମାର ହିସାବ ଦେଇଦେଲେ ଜୟନାରାୟଣ । ଏକାଥରେ ବିଧାୟକଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧିକୁ ନେଇ ସାରା ଦେଶ ପଡ଼ୁଛି ଉଠୁଛି । ଜାତୀୟ ଗଣାମଧ୍ୟମରେ ବି ଏ ଖବର ଚର୍ଚ୍ଚାରେ ଆସିଛି। କିନ୍ତୁ ଆମ ବିଧାୟକମାନଙ୍କୁ ଏସବୁ କିଛି ଫରକ ପଡ଼ୁନି । ନା ବିଜେଡି, ନା ବିଜେପି, ନା କଂଗ୍ରେସ କେହିବି ଏତେ ମୋଟା ଅଙ୍କର ଦରମାକୁ ନନେବାକୁ କହୁନାହାନ୍ତି । ପୂର୍ବରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସାଢ଼େ ୩ ଲକ୍ଷ ଦରମା ବେଶି ନୁହେଁ ବୋଲି, କହିଥିଲେ ଆଉ ଏବେ ତାଙ୍କୁ ଖୁବ୍ ଦୃଢ଼ ଭାବେ ସମର୍ଥନ ଜଣାଉଛନ୍ତି ବିଧାୟକ ଜୟନାରାୟଣ ମିଶ୍ର ।  

Advertisment

ସେପଟେ ବିଜେପି ନେତାଙ୍କୁ ସମର୍ଥନ ଜଣାଇଛନ୍ତି ବିଜେଡିର ଦୁଇ ଖୁବ୍ ଚିହ୍ନା ଚେହେରା । ବିଧାୟକ ଅନନ୍ତ ନାରାୟଣ ଜେନା ଓ ସାରଦା ଜେନା ଖୁଲମଖୁଲା କହିଛନ୍ତି, ଲୋକେ ଆଲୋଚନା କରିବା କିଛି ବଡ଼ କଥା ନୁହେଁ । ଆଲୋଚନା ହେବ । ବିଧାୟକଙ୍କ ସାଢ଼େ ତିନି ଲକ୍ଷ ଟଙ୍କା ଦରମା ଲୋକଙ୍କ କାମରେ ଆସିବ, ଏହା ଦରମା ନୁହେଁ । ସେପଟେ ବିଜେଡି ବିଧାୟକ ଅନନ୍ତ ଜେନା କହିଛନ୍ତି, ପୂର୍ବତନ ବିଧାୟକଙ୍କୁ ୩୦ ହଜାର ଟଙ୍କା ପେନସନ୍ ଅଣ୍ଟୁନଥିଲା । ଏହା ବଢ଼ିବା ନିହାତି ଆବଶ୍ୟକ ଥିଲା । 

ତେବେ ବିଧାୟକଙ୍କ ଏହି ଦରମା ବୃଦ୍ଧିକୁ ନେଇ ଗତ ୫ ଦିନ ହେଲା ସାରା ରାଜ୍ୟରେ ଆଲୋଚନା ହେଉଛି । ସାଧାରଣ ଲୋକ ମଧ୍ୟ ଅନେକ ପ୍ରତିକ୍ରିୟା ରଖୁଛନ୍ତି । ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ଓ ସରକାରୀ କର୍ମଚାରୀ ମାନଙ୍କୁ ନିଜର ଦାବି ମୁତାବକ ଦରମା ମିଳୁନଥିବା ବେଳେ ବିଧାୟକମାନଙ୍କ ଦରମା ବୃଦ୍ଧିକୁ ସବୁରି ମହଲରେ ସମାଲୋଚନା କରାଯାଉଛି ।

ବିଧାୟକଙ୍କ ଦରମାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ । ସୋସିଆଲ ମିଡିଆରେ ମଧ୍ୟ ଅନେକ ପୋଷ୍ଟ କରୁଛନ୍ତି ଯୁବପିଢ଼ି । ତେବେ ଆଗକୁ ଏନେଇ କ’ଣ ନିଷ୍ପତ୍ତି ନିଆଯାଉଛି ତା’ ଉପରେ ସମସ୍ତଙ୍କ ନଜର। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ