Advertisment

Bibhuti Jena Says He Won’t Contest Elections: ବିଭୂତି ଜେନାଙ୍କ ବଡ଼ ମନ୍ତବ୍ୟ, ଲଢ଼ିବେନି ନିର୍ବାଚନ; ବିକଳ୍ପ କିଏ ଆରମ୍ଭ ହେଲା ଅଙ୍କକଷା

ବିଭୂତି ଜେନାଙ୍କ ବଡ଼ ମନ୍ତବ୍ୟ: ଲଢ଼ିବେନି ନିର୍ବାଚନ। ଆର ବର୍ଷକୁ ହେଇଯିବ ୬୦, ଯୁବ ନେତୃତ୍ୱଙ୍କୁ ବାଟ ଛାଡ଼ିବି। ଅଚାନକ୍ ବିଭୂତିଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା କଳ୍ପନାଜଳ୍ପନା। ବିଜେଡି କଲା କଟ୍ଟାକ୍ଷ, ବିଜେପି କହିଲା ଦଳ ନିଷ୍ପତ୍ତି ନେବ। ବିଭୂତିଙ୍କ ବିକଳ୍ପ କିଏ ଆରମ୍ଭ ହେଲା ଅଙ୍କକଷା।

Bibhuti Jena Says He Won’t Contest Elections

ବିଭୂତି ଜେନାଙ୍କ ବଡ଼ ମନ୍ତବ୍ୟ, ଲଢ଼ିବେନି ନିର୍ବାଚନ Photograph: (OTV)

Advertisment

ମନ୍ତ୍ରୀ ବିଭୁତି ଜେନା ଆଉ ଲଢ଼ିବିନି ନିର୍ବାଚନ। ଅଚାନକ୍ ଏମିତି ମନ୍ତବ୍ୟ ଯୋଗୁଁ ତେଜିଲା ରାଜ୍ୟ ରାଜନୀତି। ନିର୍ବାଚନ ପଲିଟିକ୍ସ ଚାଢ଼ି ସଂଗଠନକୁ ଗୁରୁତ୍ୱ ଦେବେ ବୋଲି ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ କହିଛନ୍ତି ବିଭୁତି। ହେଲେ ଗୋପାଳପୁରରୁ ପ୍ରଥମ ଥର ପାଇଁ ନିର୍ବାଚନ ଜିତି ବିଧାନସଭାକୁ ଆସିଥିବା ବିଭୁତିଙ୍କ ସହ ଏମିତି କଣ ହେଲା ଯେ, ସେ ଆଇ ଲଢ଼ିବେନି ଇଲେକସନ୍ ତାକୁ ନେଇ ସସପେନ୍ସ। ଗଞ୍ଜାମ ଜିଲ୍ଲାର ଟପ୍ ବିଜେପି ନେତା ବିଭୁତିଙ୍କ ବିକଳ୍ପ କିଏ ହେବ ତାକୁ ନେଇ ବି ଆରମ୍ଭ ହେଲାଣି ଅଙ୍କକଷା।
 
ବିଭୁତିଙ୍କ ବଡ଼ ବୟାନ। ଆଉ ଲଢ଼ିବେନି ନିର୍ବାଚନ, ଯୁବ ବର୍ଗଙ୍କ ପାଇଁ ଛାଡ଼ିବେ ବାଟ। ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏଭଳି ମନ୍ତବ୍ୟକୁ ନେଇ ହଲଚଲ ରାଜ୍ୟ ରାଜନୀତି। ଆଉ ନିର୍ବାଚନ ଲଢ଼ିବେନି ବିଭୁତି। 

Advertisment

ଓଟିଭିକୁ ଦେଇଥିବା ଏକ୍ସକ୍ଲୁସିଭ ସାକ୍ଷତକାରରେ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି କି, ନିର୍ବାଚନ ଲଢ଼ିବାର ଆଉ ଇଛା ନାହିଁ। ଆସନ୍ତାବର୍ଷ ତାଙ୍କୁ ୬୦ ବର୍ଷ ହେବ। ଏବେ ଦଳରେ ୪୫ ବର୍ଷ ଯୁବ ନେତୃତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ, ତେଣୁ ଯୁବକମାନେ ଆଗକୁ ଆସିବା ଦରକାର। ନିର୍ବାଚନ ନଲଢ଼ି ଲୋକଙ୍କ ସହିତ ରହିବି ଏବଂ ସଂଗଠନ ପାଇଁ କାମ କରିବି। ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ନିଭାଇବି ବୋଲି କହିଛନ୍ତି।

ହେଲେ ବିଭୂତିଙ୍କ ଏଭଳି ମନ୍ତବ୍ୟ ପଛର ଅସଲ କାରଣ କ’ଣ ? କାହିଁକି ନିର୍ବାଚନ ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଛନ୍ତି ? ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ଏଥର ପ୍ରଥମ ଥର ପାଇଁ ନିର୍ବାଚନ ଜିତିଛନ୍ତି ବିଭୂତି। ହେଲେ ଏଇ ବର୍ଷ କେଇଟା ପରେ ନିର୍ବାଚନ ରାଜନୀତିକୁ ବାଏ ବାଏ କରିବା ପଛର ପ୍ରକୃତ କାରଣ କ’ଣ ? ବିଭୂତି ସିନା ବୟାନ ଦେଲେ କିନ୍ତୁ ଗଞ୍ଜାମ ଜିଲ୍ଲାରେ ରାଜନୀତି ତେଜିଲା।

Advertisment

ନିର୍ବାଚନ ନଲ ଢ଼ିବାକୁ ମନ୍ତ୍ରୀଙ୍କ ଏବେ ମନ ହେଇଛି, ପୁଣି ମନ ହେଲେ ଲଢ଼ିବେ ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ। ସେପଟେ ଦଳ ନିଷ୍ପତ୍ତି ନେବ, କିଏ ନିର୍ବାଚନ ଲଢ଼ିବ ନଲଢ଼ିବ କହିଛନ୍ତି ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା।...

ସରପଞ୍ଚରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିଭୁତିଙ୍କ ଲମ୍ବା ରାଜନୈତିକ କ୍ୟାରିୟର୍। ୧୯୯୭ରେ ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରାରୁ ସରପଞ୍ଚ, ୨୦୦୩ରେ ଜିଲ୍ଲା ପରିଷଦ, ୨୦୧୪ ଓ ୧୯ରେ ଗୋପାଳପୁରରୁ ବିଧାନସଭା ପାଇଁ ଲଢ଼ି ଚାଖିଥିଲେ ପରାଜୟର ସ୍ବାଦ। ଏଥର ୨୪ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ହାଇପ୍ରୋଫାଇଲ୍ ସିଟ୍ ଥିଲା ଗୋପାଳପୁର। 

Advertisment

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଥିବା ବେଳେ ବିଭୁତି ୯ ହଜାରରୁ ଅଧିକ ଭୋଟ୍ ରେ ତାଙ୍କୁ ମାତ୍ ଦେଇଥିଲେ। ଫଳସ୍ବରୁପ ଗଞ୍ଜାମ ଜିଲ୍ଲାର ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ତାଙ୍କୁ ଖଣି ଓ ପରିବହନ ଭାବେ ମିଳିଛି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ।...ବିଭୁତି ଯଦି ନିର୍ବାଚନ ଲଢ଼ିବେନି ତାହେଲେ ଗୋପାଳପୁରରେ ନୂଆ କିଏ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। 

କାରଣ ଗଲା ୩ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାରେ ବିଜେପି ସଂଗଠନ ବିଭୁତିଙ୍କ ହାତରେ ରହିଛି। ଅସଲ ବିଜେପି ନେତା ଭାବରେ ବି ତାଙ୍କର ପରିଚୟ ଥିବାରୁ ଭୋଟ୍ ବ୍ୟାଙ୍କ୍ ବି ରହିଛି। ଏଭଳି ସ୍ଥିତିରେ ବିଭୁତିଙ୍କ ବିକଳ୍ପ କିଏ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। 

odisha politics news Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ