Advertisment

ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ?

ଭୁବନେଶ୍ୱର: ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ? ପାସ୍ ହାର ବଢିବ ନା କମିବ? ଏସବୁ ଆଶଙ୍କା ଉପରୁ ଆସନ୍ତାକାଲି ପରଦା ହଟିବ ଯେତେବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ଉଭୟ ୱେବସାଇଟ ଓ ଏସ୍ଏମ୍ଏସ୍…

ଅଦ୍ୟତନ ହୋଇଛି
ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ?

off-line-exam

Advertisment

ଭୁବନେଶ୍ୱର: ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ? ପାସ୍ ହାର ବଢିବ ନା କମିବ? ଏସବୁ ଆଶଙ୍କା ଉପରୁ ଆସନ୍ତାକାଲି ପରଦା ହଟିବ ଯେତେବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ଉଭୟ ୱେବସାଇଟ ଓ ଏସ୍ଏମ୍ଏସ୍ ଜରିଆରେ ମିଳିପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରାୟ ୬ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଫଳକୁ ଚାହିଁ ବସିଛନ୍ତି। ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ।

Advertisment

ପଢନ୍ତୁ ମାଟ୍ରିକ ରେଜଲ୍ଟ ସମସ୍ତ ଉପଡେଟ 

କରୋନା ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ସରକାର। ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି। ଯେଉଁମାନେ ପ୍ରି ବୋର୍ଡ ପରୀକ୍ଷା ଆଦୌ ଦେଇନଥିବେ। ସେମାନଙ୍କର ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଛି। www.bseodisha.ac.in ଏବଂ www.bseodisha.nic.in ୱେବସାଇଟ୍‌ରେ ପରୀକ୍ଷାଫଳ ସନ୍ଧ୍ୟା ୬ଟାରେ ଉପଲବ୍ଧ ହେବ। ଏସ୍ଏମ୍ଏସ ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବେ ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ କରିବାକୁ ହେବ।

ସେପଟେ ସଠିକ ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ। ପରୀକ୍ଷା ନଦେଇ ବିକଳ୍ପ ମୂଲ୍ୟାୟନ ଦ୍ୱାରା ମାର୍କ ଦିଆଯାଇଥିବାରୁ କ୍ୟାରିୟର ପ୍ରଭାବିତ ହେବ ନାହିଁ ତ? ସେହିପରି ଯୁକ୍ତ ଦୁଇ ଆଡମିଶନ ସମୟରେ ଭଲ କଲେଜରେ ଆଡମିଶନ ମିଳିବ ନା ନାହିଁ? ଅଫଲାଇନ୍ ପରୀକ୍ଷା ଯୁକ୍ତ ଦୁଇ ଆଡମିଶନ ପୂର୍ବରୁ ହେବା ସମ୍ଭବପର କି?

Advertisment

ଏଭଳି ଅନେକ ପ୍ରଶ୍ନ ଏବେ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷାବିତଙ୍କ ମତରେ ପ୍ରି ବୋର୍ଡ ଆଧାରରେ ମାର୍କ ଦିଆଯିବା ମୂଲ୍ୟାୟନର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ୨୦୧୯ରେ ମାଟ୍ରିକ ପାସ୍ ହାର ଥିଲା। ୭୨.୩୫ ପ୍ରତିଶତ କରୋନା ପ୍ରଭାବିତ ୨୦୨୦ରେ ପାସ୍ ହାର ଥିଲା ୭୮.୭୬ ପ୍ରତିଶତ। ତେବେ ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହାର କେତେ ରହୁଛି ତାଉପରେ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ