death -
ସୁରତ : କୁହାଯାଏ ମାଆ ଘର ହେଲେ ବାପା ଛାତ। ପିଲାଟିକୁ ମାଆ ଯେତିକି ଷଣ୍ଠଣା ଶିଖାଏ ବାପା ବି ସେହିପରି ସବୁ ଆବଶ୍ୟକତା ପୂରଣ କରି ସଭ୍ୟ ଶିକ୍ଷିତ କରାଇ ଦୁନିଆ ଦାଣ୍ଡରେ କୋଟିଏରେ ଗୋଟିଏ କରି ଗଢ଼ି ତୋଳିଥାନ୍ତି। ସେଥିପାଇଁ ବାପା ମହାନ । ପିଲାଟିଏ ବାପାର ପରିଚୟରେ ଗଢ଼େ ଭବିଷ୍ୟତ। ହେଲେ ସେହି ବାପା ନାଁରେ ଯଦି କଳଙ୍କ ଲାଗି ଯାଏ । ଦୁନିଆ ତାକୁ କଣ କହିବ ? ସମୟ ତାକୁ କଣ ନାଁ ଦେବ ? ବାପା ନୁହେଁ ସେ ପିଶାଚ।
ଏହିପରି ଏକ ଘଟଣା ଘଟିଛି ସୁରତରେ । ନିଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଜହ୍ଲାଦ୍ ବାପାକୁ ହୋଇଛି ଫାଶୀ ଦଣ୍ଡାଦେଶ । ଏପରି କିଛି ଲୋମହର୍ଷଣକାରୀ ଘଟଣାରେ ଆଜି ରାୟ ପ୍ରକାଶ କରିଛନ୍ତି ସୁରତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।
ସୂଚନା ମୁତାବକ , ଗୁଜରାଟର ସୁରତରେ ରହୁଥିବା ଓଡ଼ିଆ ବ୍ୟକ୍ତି ଟୁକୁନା ଦାସଙ୍କୁ ଆଜି ଫାଶି ଦଣ୍ଡ ଶୁଣାଇଛନ୍ତି ଅଦାଲତ । ଏହି ମାମଲାରେ ସମସ୍ତ ପକ୍ଷକୁ ଶୁଣିବା ସହ ପୁରା ମାମଲାର ଯାଞ୍ଚ ପରେ ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ ।
୨୯ ଜୁନ୍ ୨୦୧୭ରେ ନିଜ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଟୁକୁନା ଦାସଙ୍କ ନାଁରେ ଥିଲା। ନିଜ ୧୪ ବର୍ଷର ଝିଅ ସହ ଟୁକୁନା ଦାସ ଅନୈତିକ ସମ୍ପର୍କ ରଖିଥିଲେ । ଏଥିରେ ନାବାଳିକା ଝିଅ ଗର୍ଭବତୀ ବି ହୋଇଥିଲେ । ତାଙ୍କ ଗର୍ଭରେ ଥିବା ଭ୍ରୁଣ ସହ ଟୁକୁନାର DNA ମେଳ ଖାଇଥିଲା । ଯାହା ପରେ ପୁରା ମାମଲା ଉପରୁ ପରଦା ହଟିଥିଲା । ଟୁକୁନାଙ୍କ ଏହି ଜଘନ୍ୟକାଣ୍ଡ ପଦାକୁ ନଆସିବା ପାଇଁ ସେ ଝିଅକୁ ତଣ୍ଟି ଚିପି ମାରି ଦେଇଥିବା ପ୍ରମାଣିତ ହୋଇଛି । ଘଟଣା ସେହି ସମୟରେ ଗୁଜରାଟ ଏବଂ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/death-_1626689570.jpg)