REVENUE_DEPT Photograph: (OTV)
ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଦୌଡିବାକୁ ପଡ଼ିବନି । କି କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । ଆଉ ମାସ ମାସ ବି ସମୟ ଗଡିବନି । ଏଣିକି ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ। ଆଉ ସେହି ନିର୍ଦ୍ଧାରିତ ଦିନ ହିଁ ତହସିଲ ଅଧିକାରୀ ଅମିନ ଏବଂ ପୋଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କେସନ । ଏଥିପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ୍ ସାଇଟକୁ ଯିବାକୁ ପଡିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କେସନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ । ଆବେଦନ ସମିଟ୍ କରିବା ପରେ ତହସିଲଦାର ଆପଣଙ୍କ ଆବେଦନକୁ ଯାଞ୍ଚ କରିବେ । ଏହାପରେ ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସଏମଏସରେ ଆସିଯିବ । ନିର୍ଦ୍ଧାରିତ ତାରିଖରେ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସନ କରିବେ ।
ଜମି ଡିମାର୍କେସନ: ଏଣିକି ଅନଲାଇନ ଆବେଦନ
ଜମି ଡିମାର୍କେସନ ପାଇଁ ଏଣିକି ଅନଲାଇନରେ ଆବେଦନ
ଅନଲାଇନରେ ଆବେଦନ କଲେ ମିଳିବ ତାରିଖ
ମୋବାଇଲ ନଂକୁ ଏସଏମଏସରେ ଆସିଯିବ ତାରିଖ
ନିର୍ଦ୍ଧାରିତ ତାରିଖରେ ଜମି ଡିମାର୍କେସନ କରିବେ ଅଧିକାରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/revenue_dept-2025-10-18-17-19-44.jpg)