Advertisment

Odisha Govt to Fix MSP for Sand: ବାଲି ଚୋରଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍ , ଏଣିକି ଇ-ଅକ୍ସନ ବଦଳରେ ଇ-ଲଟେରୀ

ଗତ ୨୧ ତାରିଖରେ ରାଜ୍ୟ କ୍ୟାବିନେଟରେ ହୋଇଥିବା ଏଭଳି ନିଷ୍ପତି ପରେ ବାଲିମାଫିଆ ଓ ଲିଜଧାରୀଙ୍କ ହୃତସ୍ପନ୍ଦନ ବଢିଯାଇଛି । ଆଗରୁ ଲିଜଧାରୀମାନେ ବାଲି ସୈରାତ୍ ଇ-ଅକ୍ସନରେ ନେଇ ଗ୍ରାହକଙ୍କୁ ମନଇଚ୍ଛା ଦରରେ ବିକ୍ରୀ କରୁଥିଲେ ଲିଜଧାରୀ ।

sand

sand Photograph: (OTV)

Advertisment

ରାଜ୍ୟରେ ବନ୍ଦ ହେବ ବାଲି ମାଫିଆଙ୍କ ମନମାନି । ଆଉ ହେବନି ବାଲି କିମ୍ବା ମୋରମ ଭଳି ଲଘୁ ଖଣିଜଦ୍ରବ୍ୟ ଇ-ଅକ୍ସନ । ଏଣିକି ଇ-ଲଟେରି ମାଧ୍ୟମରେ ହେବ ଲଘୁ ଖଣି ଲିଜ୍ । 
ରାଜ୍ୟରେ ଲାଗୁ ହେବ ବାଲିର MSP । ସବୁଠି ସମାନ ଦରରେ ବିକ୍ରି ହେବ ବାଲି । ସାବାଡ୍ ହେବେ ବାଲିମାଫିଆ । ମନଇଚ୍ଛା ବାଲିର ରେଟ୍ ବଢାଇ ଗ୍ରାହକକୁ ଲୁଟି ପାରିବେନି ଲିଜଧାରୀ । 

Advertisment

ଗତ ୨୧ ତାରିଖରେ ରାଜ୍ୟ କ୍ୟାବିନେଟରେ ହୋଇଥିବା ଏଭଳି ନିଷ୍ପତି ପରେ ବାଲିମାଫିଆ ଓ ଲିଜଧାରୀଙ୍କ ହୃତସ୍ପନ୍ଦନ ବଢିଯାଇଛି । ଆଗରୁ ଲିଜଧାରୀମାନେ ବାଲି ସୈରାତ୍ ଇ-ଅକ୍ସନରେ ନେଇ ଗ୍ରାହକଙ୍କୁ ମନଇଚ୍ଛା ଦରରେ ବିକ୍ରୀ କରୁଥିଲେ ଲିଜଧାରୀ । ତେବେ ଏଥିରେ ଲଗାମ ଆଣିବା ଲାଗି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଚୋରା ଖଣିଜ ପଦାର୍ଥର ବେଆଇନ୍ ଚାଲାଣ ଓ ଖନନକୁ ରୋକିବା ପାଇଁ ଓଡିଶା ଖଣିଜ ପଦାର୍ଥ ନିୟମାବଳୀ-୨୦୨୫ର ପ୍ରଣୟନ କରାଯାଇଛି । ସେପଟେ ପୁରୁଣା ନିୟମାବଳୀ ୨୦୦୭କୁ ଉଚ୍ଛେଦ କରାଯିବା ସହ ୨୦୧୬ ନିୟମକୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଲାଗୁହେବା ପରେ ଏଣିକି ଇ-ଅକ୍ସନ ପରିବର୍ତ୍ତେ ଇ-ଲଟେରୀ ମାଧ୍ୟମରେ ଲଘୁ ଖଣିଜ ଦ୍ରବ୍ୟ ଲିଜ୍ ଦିଆଯିବ । ଏଭଳି ନିୟମ  କାର୍ଯ୍ୟକାରୀ ହେବା ଦ୍ବାରା ସରକାର ବାଲିର MSP ଲାଗୁ କରିବେ ସରକାର । MSP ଦରରେ ଲିଜଧାରୀ ବିକ୍ରୀ କରିବେ ବାଲି । ଆଉ ଏଥିରୁ ଲାଭବାନ ହେବେ ଗ୍ରାହକ। 



ତେଣେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ବିରୋଧୀ । ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି କଂଗ୍ରେସ ଏବଂ ବିଜେଡି । ଦୁଇ ଦଳ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି କେବଳ ନିଜ ଦଳର ଲୋକଙ୍କୁ ପୋଷିବା ପାଇଁ କରାଯାଇଛି । ପ୍ରକୃତରେ ଲୋକେ କେତେ ସୁଲଭ ମୂଲ୍ୟରେ ବାଲି କିଣିବେ ତାହା ଆଗାମୀ ଦିନରେ ଜଣାପଡିବ । 

ବାଲି ଭଳି ଲଘୁ ଖଣିଜ ଦ୍ରବ୍ୟର ଲିଜ ଏବଂ MSP ଧାର୍ଯ୍ୟ କରିବା ଘଟଣାକୁ ଲିଜଧାରୀ ସ୍ବାଗତ କରିଛନ୍ତି । ହେଲେ ଇ-ଲଟେରୀ ସ୍ବଚ୍ଛ ହେବା ଦରକାର ବୋଲି ଯୁକ୍ତି ବାଢିଛନ୍ତି ଲିଜଧାରୀ । ସେହିପରି ବେଆଇନ୍ ଘାଟ ବନ୍ଦ ଦିଗରେ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି କିଛି ମତ ଦେଇଛନ୍ତି । 

ଏବେ ଦେଖିବା କଥା କ୍ୟାବିନେଟର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବାଲି ଚୋରି ଓ ବେଆଇନ୍ ଚାଲଣକୁ ରୋକିବାରେ କେତେ ସଫଳ ହେଉଛି  ଏବଂ ଏହାଦ୍ବାରା ସାଧାରଣ ଗ୍ରାହକ କେତେ ଉପକୃତ ହେଉଛନ୍ତି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ