Govt Employee Salary Hike Photograph: (OTV)
ବଢ଼ିଲା ସରକାରୀ କର୍ମଚାରୀଙ୍କ ଦରମା । ୩ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା । ରାଜ୍ୟ ସରକାର ଦେଲେ ଦୀପାବଳି ଭେଟି । ନଭେମ୍ବରରେ ନୂଆ ଦରମା ଉଠାଇବେ କର୍ମଚାରୀ । ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଦୀପାବଳି ଭେଟି ଦେଇଛନ୍ତି । କର୍ମଚାରୀ ମାନଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଫଳରେ କର୍ମଚାରୀ ମାନଙ୍କ ୫୫%ରୁ ୫୮ ପ୍ରତିଶତକୁ ଭତ୍ତା ବୃଦ୍ଧି ପାଇଛି । ଏହା ୨୦୨୫ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।
ଖାଲି ଏତିକି ନୁହେଁ, ଏହା ସହିତ ପେନସନଭୋଗୀଙ୍କ ମଧ୍ୟ ଟି.ଆଇରେ ୩ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ବି ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହାଦ୍ୱାରା ପ୍ରାୟ ସାଢେ ୮ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଏପ୍ରିଲ ୧୧ ତାରିଖରେ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ରାଜ୍ୟ ସରକାରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଆଉ ବର୍ଦ୍ଧିତ ଭତ୍ତା ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ ହୋଇଥିଲା । ଆଉ ଏବେ ପୁଣି ଥରେ କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ସରାକରୀ କର୍ମଚାରୀଙ୍କ ଦରମା ପ୍ରତିବର୍ଷ ଦୁଇଥର ବୃଦ୍ଧି ହୋଇଥାଏ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପିଛିଲା ଭାବେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଘୋଷଣା କରିଥା’ନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/govt-employee-salary-hike-2025-10-16-16-48-41.jpg)