Panic OverLL Photograph: (OTV)
କହିଥିଲେ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ ନାହିଁ ତ, ମିଳିବନି ପେଟ୍ରୋଲ୍ କି ଡିଜେଲ୍। ଯାହାକୁ ନେଇ PUCC ନଥିବା ଗାଡ଼ି ଚାଳକଙ୍କ ମଧ୍ୟରେ ପଡ଼ିଥିଲା ଭାଳେଣି...PUCC ସେଣ୍ଟର ଯାଏଁ ଲାଗିରହିଥିଲା ଧାଁ ଦୌଡ଼...ଶେଷରେ ସ୍ଥିତିକୁ ଦେଖି ବଡ଼ ଆଶ୍ବସ୍ତି ସ୍ବରୂପ ମାସକର ମହଲତ ଦେଇଛନ୍ତି ରାଜ୍ୟ ସରକାର। ଜାନୁୟାରୀରୁ ନୁହେଁ, ଫେବ୍ରୁୟାରୀରୁ ଲାଗୁ ହେବ ନିୟମ, ଯାଞ୍ଚ ହେବ PUCC। ରାଜ୍ୟ ପରିବହନ ବିଭାଗ ଏନେଇ ସ୍ପଷ୍ଟ କରିଛି। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ ମିଡ଼ିଆ ସାମ୍ନାକୁ ଆସି କହିଛନ୍ତି, ଯେଉଁମାନେ ନିଜ ଯାନବାହନର ଆବଶ୍ୟକୀୟ ଡକ୍ୟୁମେଣ୍ଟ ତିଆରି କରିନାହାଁନ୍ତି, ତୁରନ୍ତ କରାଇନିଅନ୍ତୁ। ଯଥା RC ହେଉ କି ଇନସ୍ୟୁରାନ୍ସ, ଫିଟନେଟ୍ ସାର୍ଟିଫିକେଟ ହେଉ ବକେୟା ଚାଲାଣ। ସବୁ କ୍ଲିୟର ନଥିଲେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍-PUC ସାର୍ଟିଫିକେଟ୍ ପାଇବାରେ ସମସ୍ୟା ଉପୁଜିପାରେ। ତେଣୁ ଜାନୁୟାରୀ ଭିତରେ ଏ ସବୁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ପରିବହନ ମନ୍ତ୍ରୀ। ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ବି PUCC ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବନି।
ପରିବହନ ବିଭାଗ ମାସକର ଆଶ୍ବସ୍ତି ଦେଇଛି ସତ, ତଥାପି ରହିଛି କେଁ। କାରଣ ରାଜ୍ୟ ବ୍ୟାପି ଯେତିକି ଯାନବାହନ ଅଛି, ତା ଭିତରୁ କିଛି ଗାଡ଼ିର ବୀମା ନାହିଁ ତ ଆଉ କାହା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ। ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସହରର PUCC ସେଣ୍ଟର ଗୁଡ଼ିକରେ ଲମ୍ବିଥିବା ଲାଇନ୍। (WINDOW WITH LOCATION) କେବଳ ଏତିକି ନୁହେଁ, ମୋଟର ଯାନ ଗୁଡ଼ିକରେ ବିଭିନ୍ନ ସମୟରେ କଟିଥିବା ଚାଲାଣ ପୈଠ ହୋଇନଥିବାରୁ ଟ୍ରାଫିକ୍ ଥାନା ଗୁଡ଼ିକରେ ଏବେ ବଢ଼ିବାରେ ଲାଗିଛି ଖିଲାପିଙ୍କ ଭିଡ଼। ଏ ହେଉଛି, ଭୁବନେଶ୍ବର ଟ୍ରାଫିକ୍ ଥାନାର ଦୃଶ୍ୟ। ଘଣ୍ଟା ଘଣ୍ଟା ଧରି ଲାଇନ ଲଗାଇ ଏବେ ବକେୟା ଫାଇନକୁ କ୍ଲିୟର କରୁଛନ୍ତି ଲୋକେ। ଏସବୁ ଭିତରେ ବଡ଼ ସମସ୍ୟା ହେଉଛି, ଇଣ୍ଟରନେଟ୍ ସର୍ଭର ଡାଉନ ଥିବାରୁ PUCC କାମ ବହୁ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ପରିବହନ ବିଭାଗ ଦେଇଥିବା ମାସକର ମହଲତ ଯଥେଷ୍ଟ ନୁହେଁ, ବରଂ ଅବଧି ଅନ୍ତତଃ ମାର୍ଚ୍ଚ ଯାଏଁ ବଢ଼ାଇବା ସହ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ବୃଦ୍ଧି ପାଇଁ ଗାଡ଼ି ଚାଳକ ଏବଂ ମାଲିକ ଦାବି କରିଛନ୍ତି।
ଦିଲ୍ଲୀ ଭଳି ଆମ ରାଜ୍ୟରେ ବି ବଢୁଥିବା ବାୟୁ ପ୍ରଦୂଷଣ ସ୍ଥିତିକୁ ରୋକିବା ଲାଗି ରାଜ୍ୟ ପରିବହନ ବିଭାଗ, ଗତ ୨୦ ତାରିଖରେ PUCC ନ ଥିଲେ ଇନ୍ଧନ ମନା ବୋଲି କହିଥିଲା। ପେଟ୍ରୋଲ୍ ବିତରଣ କମ୍ପାନୀଙ୍କୁ ଚିଠି ବି ଲେଖି ପଦକ୍ଷେପ ନେବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA କହିଥିଲେ। ଏହି ନିଷ୍ପତ୍ତିକୁ ଏବେ ଜାନୁୟାରୀ ଶେଷ ଯାଏଁ କୋହଳ କରିଥିବାବେଳେ ମାସକ ଭିତରେ ସବୁ ଯାନବାହନ ମାଲିକ ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରିପାରିବେ ନା ଅବଧିକୁ ପୁଣି ବଢ଼ାଇବ ପରିବହନ ବିଭାଗ ? ତାକୁ ନେଇ ବଢ଼ିଛି ଚର୍ଚ୍ଚା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/panic-over-2025-12-24-19-53-55.jpg)