Advertisment

Odisha Govt Acts: ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ମାମଲା , ଫେରାଇ ଆଣିବାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନର ତତ୍ପରତା

ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ଅଭିଯୋଗ ଘଟଣାରେ ବାଲେଶ୍ବର ଜିଲ୍ଲା ପ୍ରଶାସନର ତତ୍ପରତା। ଏହା ଏକ ଆଡପସନ ମାମଲା ହୋଇଥିବାରୁ ଏଥିରେ ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ଆଡ଼ପସନ୍ ସଂସ୍ଥା ସହ ଆମେ ଯୋଗାଯୋଗ କରିଛୁ।

odia girl

odia girl Photograph: (OTV)

Advertisment

ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ଅଭିଯୋଗ ଘଟଣାରେ ବାଲେଶ୍ବର ଜିଲ୍ଲା ପ୍ରଶାସନର ତତ୍ପରତା। ଏହା ଏକ ଆଡପସନ ମାମଲା ହୋଇଥିବାରୁ ଏଥିରେ ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ଆଡ଼ପସନ୍ ସଂସ୍ଥା ସହ ଆମେ ଯୋଗାଯୋଗ କରିଛୁ। ଏଥିସହ ଅନ୍ୟ ଦେଶରେ ଏହି ଘଟଣା ଘଟିଥିବାରୁ ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେଇ ଫେରେଇ ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି। ଏଯାଏଁ ସେ ଝିଅ ସହ କୌଣସି ସିଧାସଳଖ ଯୋଗାଯୋଗ ହୋଇପାରିନାହିଁ।

Advertisment

ଓଡ଼ିଶା ଫେରାଇ ଆଣିବାକୁ ସୋସିଆଲ୍ ମିଡିଆରେ ଗୁହାରୀ କରିଛନ୍ତି ପୂଜା ଓରଫ ସେଜଲ୍ ନାମକ ଯୁବତୀ । ପୋଷ୍ୟ କନ୍ୟା ଭାବରେ ୨୦୧୮ ମସିହାରୁ ଆମେରିକାରେ ରହି ଆସୁଥିବା ବେଳେ ଏବେ ପାଳିତା ମାଆ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ସୋଲିଆଲ୍ ମିଡିଆରେ କାନ୍ଦି କାନ୍ଦି କହିଛନ୍ତି, ଏଠି ମୋତେ ବହୁତ କଷ୍ଟ ଦେଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି । ମୁଁ ଓଡ଼ିଶାକୁ ଫେରି ଯିବାକୁ ଚାହେଁ, ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରୁଛି ଓଡ଼ିଶାକୁ ଫେରିଯିବାକୁ ମୋତେ ସହାୟତା କରନ୍ତୁ । ୨୦୧୮ ମସିହାରେ ଆମେରିକୀୟ ଦମ୍ପତି ପୂଜାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଆମେରିକା ନେଇଯାଇଥିଲେ। 

ପୂଜା ଓଡ଼ିଶାର କୋଲାଠିଆ ଅଞ୍ଚଳରେ 2006ରେ ଜନ୍ମ ଗ୍ରହଣ କରିଥିଲେ। ସାନ ଥିବା ବେଳେ ସେ ଟ୍ରେନରେ ବାପା ମାଙ୍କ ସହ ଯାଉଥିବା ବେଳେ ଅନ୍ୟ ରାଜ୍ୟରେ ହଜିଯାଇଥିଲେ। ଚାଇଲ୍ଡ ଲାଇନ ଉଦ୍ଧାର କରି ଓଡ଼ିଶା ପଠେଇବା ପରେ ପ୍ରଥମେ ନୀଳଗିରି ତାପରେ ଭୁବନେଶ୍ୱର ନହର କଣ୍ଟାରେ ଥିବା ପଲ୍ଲୀ ଉନ୍ନୟନ ସେବାଶ୍ରମରେ ରହି ପାଠ ପଢୁଥିଲେ। 2018 ମସିହାରେ ଆମେରିକୀୟ ଦମ୍ପତି ପୂଜାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଯାଇଥିଲେ। ପୂଜାଙ୍କର ଏଭଳି ନିବେଦନ ଶୁଣି ଭୁବନେଶ୍ବରରେ ଥିବା ସେବାଶ୍ରମ ତରଫରୁ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି... 

Advertisment

ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ମାମଲା
ଝିଅକୁ ଫେରାଇ ଆଣିବାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନର ତତ୍ପରତା
ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ଆଡ଼ପସନ୍ ସଂସ୍ଥା ସହ ଯୋଗାଯୋଗ 
ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେଇ ଫେରେଇ ଆଣିବା ପାଇଁ ଚେଷ୍ଟା 
ଝିଅ ସହ କୌଣସି ସିଧାସଳଖ ଯୋଗାଯୋଗ ହୋଇପାରିନାହିଁ 
ଓଡ଼ିଶା ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି ପୂଜା ଓରଫ ସେଜଲ୍ 
ପୋଷ୍ୟ କନ୍ୟା ଭାବରେ ୨୦୧୮ ମସିହାରୁ ଆମେରିକାରେ ରହୁଛନ୍ତି 
ଏବେ ପାଳିତା ମାଆ ନିର୍ଯାତନା ଦେଉଥିବା ଅଭିଯୋଗ 
ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି କରିଛନ୍ତି ନିବେଦନ 
`ମୋତେ ବହୁତ କଷ୍ଟ ଦେଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି'
`ମୁଁ ଓଡ଼ିଶାକୁ ଫେରି ଯିବାକୁ ଚାହେଁ, ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ