ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର Photograph: (OTV)
କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କଲେ ରାଜ୍ୟ ସରକାର। ଚଳିତ ବର୍ଷ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି। ବ୍ରହ୍ମ ତାଳଧ୍ୱଜ ରଥ ଲାଗି ସରକାର ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।
ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନ ଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା। ଏହାର ପରିଣାମ ସ୍ୱରୂପ ରଥ ମାଉସୀ ମାଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା ଏବଂ ପ୍ରାୟତଃ ଏକ କିମ୍ବା ଦୁଇ ଦିନ ବିଳମ୍ବରେ ଚକଡ଼ା ଲାଗୁଥିଲା। ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା। ରଥ ପରିଚାଳନାରେ ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷର ସୃଷ୍ଟି କରୁଥିଲା।
ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଛନ୍ତି।
- ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି
- କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର
- ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ୍ ନ ଥିବାରୁ ଅସୁବିଧା ହେଉଥିଲା
- ରଥ ଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା
- ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା
- ଏପରି ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା
- ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ୧ କୋଟି ମଞ୍ଜୁର
- ସରକାରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/one-crore-sanctioned-for-brahmataladhwaj-rath-2026-02-25-20-13-54.jpg)