Advertisment

Monthly Collector Meetings: ପ୍ରତି ମାସରେ ସିଙ୍ଗିଲ୍ ୱିଣ୍ଡୋ ବୈଠକ, ସହଜ ହେବ ସଚିବ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ

Anu Garg

Anu Garg Photograph: (OTV)

Advertisment

ପ୍ରତି ଶନିବାର ହେବ ଭିତ୍ତିଭୂମି ସମୀକ୍ଷା ବୈଠକ। ସଚିବ ମାନେ ଫିଲଡ଼ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ। ବଜେଟ ଖର୍ଚ୍ଚ ବଢ଼ାଇବାକୁ ବି ସମସ୍ତ ବିଭାଗକୁ ପରାମର୍ଶ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ଦ୍ବିତୀୟ ସଚିବ ସ୍ତରୀୟ ମିଟିଂରେ ଏଭଳି ନିଷ୍ପତ୍ତି ହୋଇଛି।

Advertisment

ବୈଠକରେ ବଜେଟ ଖର୍ଚ୍ଚ, ରାଜସ୍ବ ଆଦାୟ, ବିଭିନ୍ନ ଆଇନ ସଂଶୋଧନ ଓ ପୂର୍ଣ୍ଣାଙ୍ଗ ବଜେଟ୍ ନେଇ ଆଲୋଚନା ହୋଇଥିଲା। ତାସହ ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ସୂତ୍ରୀ କାର୍ଯ୍ୟକ୍ରମ ନେଇ ବିଭାଗ ଗୁଡିକ କଣ ପଦକ୍ଷେପ ନେଇଛନ୍ତି ସେ ନେଇ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା ଓ ସମସ୍ତ ବିଭାଗର ସଚିବ ମାନେ ମଧ୍ୟ ଅନ୍ୟ କୌଣସି ଦିନ ବୈଠକ ନଡାକି ସେଦିନ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଅନୁ ଗର୍ଗ। ଏହାଛଡ଼ା ପ୍ରତି  ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ ବସିବ। ଯଦ୍ବାରା ସଚିବ ଓ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟ କରିବା ସହଜ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Advertisment

Odisha Anu Garg Chief Secretary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ