Advertisment

Farmers Guard Crops: ସଞ୍ଜ ନଇଁଲେ ଭୟ ବଢ଼େ , ରାତିରେ ରୁହନ୍ତି ଉଜାଗର

ସଞ୍ଜ ନଇଁବା ପରେ ଏଠି ଭୟରେ କଟେ ଚାଷୀଙ୍କ ରାତି । ଗଛ ଉପରେ ମଞ୍ଚା ବାନ୍ଧନ୍ତି । ଲଣ୍ଠନ, ନିଆଁହୁଳା ଓ ବାଜା ବାଣ ଧରି ଫସଲ ଜଗନ୍ତି । ଦିନ ତମାମ ଚଢେଇ, ବାରହା ଓ ମାଙ୍କଡ଼ ଭଳି ଜନ୍ତୁଙ୍କ ଠାରୁ ଚାଷକୁ ରକ୍ଷା କରିବାକୁ ଚାଷୀ ଫସଲକୁ ଜଗି ରହୁଥିବାବେଳେ ରାତିରେ ହାତୀଙ୍କ ପାଇଁ ଉଜାଗର ରୁହନ୍ତି ଏମାନେ ।

Kamakhyanagar-Farmer-Problem

Kamakhyanagar-Farmer-Problem Photograph: (OTV)

Advertisment

ସଞ୍ଜ ନଇଁବା ପରେ ଏଠି ଭୟରେ କଟେ ଚାଷୀଙ୍କ ରାତି । ଗଛ ଉପରେ ମଞ୍ଚା ବାନ୍ଧନ୍ତି । ଲଣ୍ଠନ, ନିଆଁହୁଳା ଓ ବାଜା ବାଣ ଧରି ଫସଲ ଜଗନ୍ତି । ଦିନ ତମାମ ଚଢେଇ, ବାରହା ଓ ମାଙ୍କଡ଼ ଭଳି ଜନ୍ତୁଙ୍କ ଠାରୁ ଚାଷକୁ ରକ୍ଷା କରିବାକୁ ଚାଷୀ ଫସଲକୁ ଜଗି ରହୁଥିବାବେଳେ ରାତିରେ ହାତୀଙ୍କ ପାଇଁ ଉଜାଗର ରୁହନ୍ତି ଏମାନେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ଶିବିଳାପଶି ଗାଁ । ଚାଷୀଙ୍କ ଦୁଃଖ ଏଠି ପାଲଟଛି ଜଙ୍ଗଲି ଜନ୍ତୁ…

 ଧାରଉଧାର ଆଣି ଚାଷ କାମ କରନ୍ତି ଚାଷୀମାନେ । କିନ୍ତୁ ଫସଲ ଅମଳ ସମୟରେ ସବୁ ନଷ୍ଟ କରିଦିଅନ୍ତି ଜଙ୍ଗଲୀ ଜନ୍ତୁ । ତେଣୁ ଚାଷୀଙ୍କ ରାତି ପାହେ ଗଛ ଉପର ମଞ୍ଚାରେ । ଲକ୍ଷାଧିକ ଟଙ୍କା ଧାର କରି ଫସଲ କରୁଥିବା ଚାଷୀ କେମିତି ଅମଳ କରିବେ ଏବଂ ତା’କୁ ବିକ୍ରି କରି ଋଣ ପରିଶୋଧ କରିବେ ସେଇ ଚିନ୍ତାରେ ଏବେ l ଜଙ୍ଗଲୀଜନ୍ତୁ ଉପଦ୍ରବ ନେଇ ବନବିଭାଗକୁ ବାରମ୍ବାର ଜଣାଇଥିଲେ ବି ବିଭାଗ କୌଣସି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି l 

Advertisment

ଚାଷ ପାଇଁ ଚିନ୍ତାରେ ଚାଷୀ । ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ଜନ୍ତୁ । ସ୍ଥାନୀୟ ପ୍ରଶାସନ ଓ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଓ ସରକାରୀ ସୁବିଧା ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ