Advertisment

Odisha Consumes Liquor: ନୂଆବର୍ଷ ବେଳେ ଓଡ଼ିଶା ପିଇଛି ୫୧ କୋଟି ଟଙ୍କାର ମଦ , ବ୍ୟବସାୟୀଙ୍କ କଚେ ପୁଅ ବାର୍

ନୂଆବର୍ଷକୁ ଖାଲି ନାଚଗୀତ ମଉଜ-ମଜଲିସରେ ନୁହେଁ ବରଂ ତଥ୍ୟ କହୁଛି ନିଶାରେ ନିଶାରେ ବି ସ୍ବାଗତ କରିଥିଲା ସାରା ରାଜ୍ୟ। ଖୁସିରେ ଖୁସିରେ ଢୋକି ଦେଇଥିଲା ଲକ୍ଷ ଲକ୍ଷ ଲିଟର ମଦ। ବ୍ୟବସାୟୀଙ୍କର ବି କଚେ ପୁଅ ବାର।

LIQUER

LIQUER Photograph: (OTV)

Advertisment

ନୂଆବର୍ଷକୁ ଖାଲି ନାଚଗୀତ ମଉଜ-ମଜଲିସରେ ନୁହେଁ ବରଂ ତଥ୍ୟ କହୁଛି ନିଶାରେ ନିଶାରେ ବି ସ୍ବାଗତ କରିଥିଲା ସାରା ରାଜ୍ୟ। ଖୁସିରେ ଖୁସିରେ ଢୋକି ଦେଇଥିଲା ଲକ୍ଷ ଲକ୍ଷ ଲିଟର ମଦ। ବ୍ୟବସାୟୀଙ୍କର ବି କଚେ ପୁଅ ବାର। ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ୍-OSBCର ସୂଚନା ଅନୁସାରେ ଡିସେମ୍ବର 31 ତାରିଖରେ ହିଁ ଏହାର 9ଟି ସରକାରୀ ଡିପୋରୁ ଉଠିଥିଲା 11 ଲକ୍ଷ 30 ହଜାର 587 ଲିଟର ମଦ। ଯାହାର ମୂଲ୍ୟ 50 କୋଟି 78 ଲକ୍ଷ ଟଙ୍କା। ନୂଆବର୍ଷ ବେଳେ ରାଜ୍ୟବାସୀଙ୍କ ନାଲିପାଣି ସଉକକୁ ଆଉ ଟିକେ ପାଖରୁ ନିରେଖି ଦେଖିଲେ ଦେଶୀଠୁ ବିଦେଶୀର ଡିମାଣ୍ଡ ଥିଲା ଢେର୍ ଅଧିକ। ତଥ୍ୟ କହୁଛି ଦେଶୀ ମଦ ମାତ୍ର 12 ହଜାର ଲିଟର ବିକ୍ରି ହୋଇଥିଲା ବେଳେ ବିଦେଶୀ ମଦ ଯଥା ରମ୍, ହ୍ବିସ୍କି, ସ୍କଚ୍, ଭୋଡ୍କାର ବିକ୍ରି ଥିଲା 7 ଲକ୍ଷ 40 ହଜାର 482 ଲିଟର। ସେହିଭଳି କଲିଜା ଥରା ଜାଡ଼ରେ ହାଡ଼ ଭାଙ୍ଗିଯାଉଥିଲେ ବି 3 ଲକ୍ଷ 78 ହଜାର 55 ଲିଟର ଚିଲ୍ଡ ବିୟରକୁ ବି ଢକ ଢକ ପିଇଯାଇଥିଲେ ଲୋକେ। ବଡ଼ କଥା ହେଉଛି କେବଳ ରାଜଧାନୀବାସୀ ଲକ୍ଷେ ଲିଟର ମଦ ପିଇ ଉଡ଼ାଇ ଦେଇଥିଲେ ସାଢ଼େ 5 କୋଟିରୁ ଅଧିକ ଟଙ୍କା।...କଟକବାସୀ ବି ପଛରେ ନ ପଡ଼ି ପିଇ ଦେଇଥିଲେ 74 ହଜାର ଲିଟର ମଦ।...

Advertisment



ଖାଲି ଜିରୋ ନାଇଟ୍ ନୁହେଁ, ପୁରୁଣାକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବାକୁ ବଡ଼ ଦିନରୁ ବି ମତୁଆଲା ହୋଇଥିଲେ ରାଜ୍ୟବାସୀ। ତଥ୍ୟ କହୁଛି ଡିସେମ୍ବର 25ରୁ 31 ତାରିଖ ଅର୍ଥାତ 7 ଦିନ ଭିତରେ OSBCରୁ ଉଠିଛି ଦେଶୀ, ବିଦେଶୀ ଓ ବିୟରକୁ ମିଶାଇ 135 କୋଟି 54 ଲକ୍ଷ ଟଙ୍କାର ମଦ। ସେଭିତରୁ ଖାଲି ରାଜଧାନୀରେ ବିକ୍ରି ହୋଇଛି 32 କୋଟି 55 ଲକ୍ଷ ଟଙ୍କାର ମଦ। ବଡ଼ କଥା ହେଉଛି ସାଧାରଣ ଭାବେ ରାଜ୍ୟରେ ମଦ ବିକ୍ରିର ପରିମାଣ ଦୈନିକ ହାରାହାରି 10ରୁ 12କୋଟି ଟଙ୍କା ଥିଲା ବେଳେ ନୂଆବର୍ଷ ବେଳକୁ କିନ୍ତୁ OSBCର ବ୍ୟବସାୟ ଅଚାନକ 4 ଗୁଣା ବଢ଼ିଯାଇଥିଲା।...

ନୂଆବର୍ଷ ଅବସରରେ ବାସ୍ତବ ମଦ ବିକ୍ରି ପରିମାଣ କିନ୍ତୁ ସରକାରୀ ତଥ୍ୟଠୁ ଢେର୍ ଅଧିକ ବୋଲି କୁହାଯାଉଛି। ଆଉ ସେଲିବ୍ରେସନ ଆଳରେ ଜନତାଙ୍କ ଏଭଳି ମତୁଆଲାପଣ ଓ ସରକାରୀ କଳର ନିଷ୍କ୍ରିୟତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମଦ ମୁକ୍ତି ଆନ୍ଦୋଳନକାରୀ।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ