Advertisment

SIR Preparations: ରାଜ୍ୟରେ ବଢ଼ିଛି ପୋଲିଂ ବୁଥ୍, ଯୋଡ଼ି ହୋଇଛି ଆଉ ୭ ହଜାର

ରାଜ୍ୟରେ ବଢ଼ିଛି ପୋଲିଂ ବୁଥ୍। ଆଉ ୭ ହଜାର ବୁଥ୍ ଯୋଡ଼ି ହୋଇଛି। ପୂର୍ବରୁ ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ୩୬ ହଜାର ରହିଥିଲା। ଏବେ ପ୍ରାୟ ୪୩ ହଜାର ବୁଥ୍ କରାଯାଇଛି ।

SIR

SIR Photograph: (OTV)

Advertisment

ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ୍-SIR ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟରେ ବଢ଼ିଛି ପୋଲିଂ ବୁଥ୍। ଆଉ ୭ ହଜାର ବୁଥ୍ ଯୋଡ଼ି ହୋଇଛି। ପୂର୍ବରୁ ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ୩୬ ହଜାର ରହିଥିଲା। ଏବେ ପ୍ରାୟ ୪୩ ହଜାର ବୁଥ୍ କରାଯାଇଛି ।

Advertisment

ଓଡିଶାରେ SIR ଲାଗୁ ପାଇଁ ୫ ମାସ ଧରି ପ୍ରସ୍ତୁତି ଚାଲିଛି। ଗୋଟିଏ ବୁଥରେ ୧୨ ଶହରୁ ଉର୍ଦ୍ଧ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ। ଏନେଇ ସମସ୍ତ ପ୍ରୋସେସ ସରିଛି। ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି।

୨୦୦୨ ମସିହାରେ ଶେଷ ଥର ପାଇଁ ଓଡିଶାରେ SIR ହୋଇଥିଲା। ୨୦୦୨ ରୁଲରେ ଯେଉଁମାନଙ୍କ ନାମ ଥିଲା, ୨୦୨୫ ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ। ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ ।

Advertisment

୨୦୨୫ ଏବଂ ୨୦୦୨ ଡାଟା ଇଣ୍ଟିଗ୍ରେଟ ହୋଇସାରିଛି। ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି। ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଆଉ କୌଣସି ଡକୁମେଣ୍ଟ ଦେବାକୁ ପଡିବ। ସମସ୍ତ ବୁଥରେ BLO ନିଯୁକ୍ତି ସରିଥିବାବେଳେ ସେମାନେ କାର୍ଯ୍ୟ ଆରମ୍ଭ କରିସାରିଲେଣି।

ଓଡ଼ିଶାରେ SIR ପ୍ରସ୍ତୁତି ଶେଷ

ଆଉ ୭୦୦୦ ପୋଲିଂ ବୁଥ୍ ଯୋଡ଼ି ହୋଇଛି

ପୂର୍ବରୁ ୩୬ ହଜାର ମତଦାନ କେନ୍ଦ୍ର ରହିଥିଲା

ପୋଲିଂ ସେଣ୍ଟର ୪୩ ହଜାରକୁ ବୃଦ୍ଧି ପାଇଛି

ସୂଚନା ଦେଲେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର

୫ ମାସ ପୂର୍ବରୁ ଆରମ୍ଭ ହୋଇଥିଲା SIR ପ୍ରସ୍ତୁତି 

୨୦୦୨ ନିର୍ବାଚନ ତଥ୍ୟ ବିଶ୍ଳେଷଣ କରିବା ଚ୍ୟାଲେଞ୍ଜିଂ ଥିଲା

Odisha Election Polling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ