Advertisment

Animals in Blankets: ସିପାଞ୍ଜି ଘୋଡ଼ାଇ ହେବ କମ୍ବଳ , ହିଟର ଲଗାଇ ଶୋଇବେ ସାପ

ଜାଡ ମାଡରେ ଥରୁଛି ଓଡିଶା। ରାତି କଥା ଛାଡନ୍ତୁ ଦିନରେ ବି ଥରି ଯାଉଛି ଦେହ। ଯଦି ଶୀତରେ ମଣିଷଙ୍କ ଅବସ୍ଥା ଏମିତି ଥରେ ପଶୁପକ୍ଷୀଙ୍କ କଥା ଭାବିଲେ। ରାଜ୍ୟରେ ଶୀତର ପ୍ରକୋପ ଚାଲିଥିବାରୁ ଜୀବଜନ୍ତୁଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ କରିଛନ୍ତି ସ୍ଵତନ୍ତ୍ର ବ୍ୟବସ୍ଥା।

Winter-Nandankanan

Winter-Nandankanan Photograph: (OTV)

Advertisment

ଜାଡ ମାଡରେ ଥରୁଛି ଓଡିଶା। ରାତି କଥା ଛାଡନ୍ତୁ ଦିନରେ ବି ଥରି ଯାଉଛି ଦେହ। ଯଦି ଶୀତରେ ମଣିଷଙ୍କ ଅବସ୍ଥା ଏମିତି ଥରେ ପଶୁପକ୍ଷୀଙ୍କ କଥା ଭାବିଲେ। ରାଜ୍ୟରେ ଶୀତର ପ୍ରକୋପ ଚାଲିଥିବାରୁ ଜୀବଜନ୍ତୁଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ କରିଛନ୍ତି ସ୍ଵତନ୍ତ୍ର ବ୍ୟବସ୍ଥା। ବିଭିନ୍ନ ପଶୁ ପକ୍ଷୀଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେମିତି ଏହି ସିପାଞ୍ଜୀ ମାନଙ୍କୁ ଦେଖନ୍ତୁ। ମଣିଷ ମାନଙ୍କ ଭଳି ତାଙ୍କୁ ମଧ୍ୟ ଦିଆଯାଇଛି କମ୍ବଳ। ସେହିପରି ସରିସୃପ ଉଦ୍ୟାନରେ ମଧ୍ୟ ସାପ ଓ ଆମେରେକୀୟ ଏଣ୍ଡୁଅଙ୍କ ପାଇଁ କରାଯାଇଛି ରୁମ ହିଟରର ବ୍ୟବସ୍ଥା। ଏହାଛଡ଼ା ଖୁଆଡ ଭିତରେ ବିଛାଯାଇଛି ନଡା। ସେହିଭଳି କଇଁଛଙ୍କୁ ଉଷୁମ ରଖିବାକୁ ଖୁଆଡରେ ଲାଗିଛି ୨୦୦ ଓ୍ବାଟ୍ ବଲବ। ସେହିପରି ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖାଦ୍ୟରେ ଇମୁନ ବୁଷ୍ଟର ମଧ୍ୟ ଦିଆଯାଉଛି । 

Advertisment



ସେହିଭଳି ଜାଭା ଚଟିଆ, ଲେଡି ଆମରେଷ୍ଟ ଫିଜାଣ୍ଟ, ଶାରୀ, ବାଲିଶୁଆ ଓ ଜଙ୍ଗିଲ କୁକୁଡା ଭଳି ଏକାଧିକ ପକ୍ଷୀ ରହିଛନ୍ତି ଏଠାରେ। ଶୀତ ପାଇଁ ଏମାନଙ୍କ ଖୁଆଡ଼ରେ ଲାଗିଛି ୨୦୦ ଓ୍ବାଟ୍ ବଲବ। ଏହାଛଡ଼ା ସନ୍ଧ୍ୟା ହେଲେ ଗ୍ରୀନ ନେଟ ଦ୍ୱାରା ଖୁଆଡ଼କୁ ଢ଼ଙ୍କା ଯାଉଛି। ଶୀତ ପାଇଁ ଏପରି ସ୍ବତନ୍ତ୍ର ବ୍ୟବସ୍ଥା କରିଛି ନନ୍ଦନକାନନ। ଯାହାଦ୍ୱାରା ପ୍ରାଣୀ ମାନେ ଆନନ୍ଦ ପାଇବା ସହ ଭରପୁର ମନୋରଞ୍ଜନ କରୁଛନ୍ତି ପର୍ଯ୍ୟଟକ। ଆଉ କର୍ତ୍ତୃପକ୍ଷଙ୍କ ଏହି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ।

ଶୀତ ଦିନରେ ନନ୍ଦନକାନନରେ ରାଜ୍ୟ ତଥା ଅନ୍ୟରାଜ୍ୟର ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଶୀତ ପାଇଁ ପଶୁ ପକ୍ଷୀ ବାହାରକୁ ନଆଶିଲେ ନିରାଶ ହେବେ ପର୍ଯ୍ୟଟକ। ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ନନ୍ଦନକାନନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ