Advertisment

Odisha CM Approves Daya–Luna River Revival: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଆଉ ରହିବ ନାହିଁ ଜଳ ବନ୍ଦୀ ସମସ୍ୟା

ପୁରୀ ଜିଲ୍ଲା କଣାସ ବ୍ଲକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳ ବନ୍ଦୀ ସମସ୍ୟା ଦୂର ହେବ। ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ କଣାସ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଂଚଳବାସୀ।

Odisha CM Approves Daya Luna River Revival

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଖାପାଖି ୧୭୦ କୋଟି ଟଙ୍କା Photograph: (OTV)

Advertisment

ପୁରୀ ଜିଲ୍ଲା କଣାସ ବ୍ଲକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳ ବନ୍ଦୀ ସମସ୍ୟା ଦୂର ହେବ। ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ କଣାସ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଂଚଳବାସୀ।

Advertisment

କଣାସ ବ୍ଲକ ଦେଇ ବହିଯାଇଥିବା ଦୟା ଏବଂ ଲୁଣା ନଦୀର ହେବ ପୁନଃରୁଦ୍ଧାର। ଜଳସମ୍ପଦ ବିଭାଗ ପକ୍ଷରୁ କରାଯିବ ଏହି କାର୍ଯ୍ୟ। ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ଏହାର ଲୋକାର୍ପଣ। 

ସାରା ରାଜ୍ୟରେ କଣାସ ଏକ ବନ୍ୟା ଅଞ୍ଚଳ ଭାବରେ ବେଶ ଜଣାଶୁଣା। ହୀରାକୁଦର ବନ୍ୟା ଜଳ ହେଉ କି କ୍ରମାଗତ ବର୍ଷାରେ ଦୟା ଏବଂ ଲୁଣା ନଦୀରେ ପାଣି ପ୍ରବେଶ କରିବା ପରେ ଏହା ଦୀର୍ଘ ଦିନ ଧରି ନଦୀ ଭିତରେ ରହିଥାଏ। ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଥାନ୍ତି। ଏହାର ସମାଧାନ ପାଇଁ ସତ୍ୟବାଦୀ ବିଧାୟକ ୨୦୨୫ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ଏହାର ପ୍ରକଳ୍ପକୁ ଅନୁମୋଦନ ପାଇଁ ଜଣାଇଥିଲେ।

Advertisment

ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହାର ଅନୁମୋଦନ ମିଳିଥିଲା। ଏହା ବର୍ତ୍ତମାନ ବାସ୍ତବ ରୂପ ନେବ। ତେବେ ଏହା କେବଳ ଡବଲ ଇଂଜିନ ସରକାର ପାଇଁ ହୋଇପାରିଥିବା ପିପିଲି ବିଧ୍ୟାୟକ ଆଶ୍ରିତ ପଟ୍ଟନାୟକ ଏବଂ ସତ୍ୟବାଦୀ ବିଧ୍ୟାୟକ ଓମ୍‌ ପ୍ରକାଶ ମିଶ୍ର କହିଛନ୍ତି।

କଣାସ ଦୋକନ୍ଦା ମେଳଣ ପଡିଆରେ ଆୟୋଜିତ ହୋଇଥିଲା ବିଶାଳ ଜନ ସମାବେଶ। ମହିଳାଙ୍କ ଠାରୁ ଆରମ୍ଭ କରି ଯୁବକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ। ସାଂସଦଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ।

Advertisment

ଦୟା ଏବଂ ଲୁଣା ନଦୀରେ ଜମି ଯାଇଥିବା ମାଟିକୁ ଖୋଳାଯାଇ ଏହାକୁ ଉପରକୁ କଢ଼ା ଯିବ। ଏଥିପାଇଁ ଲୁଣା ପାଇଁ ୨୪ କୋଟି ଏବଂ ଦୟା ପାଇଁ  ୪୪ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ସହିତ ୧୦୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନୁମୋଦନ କରାଯାଇଛି।

Odisha News Odisha Govt Water Resources Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ