Advertisment

CHSE: ଟିଉସନ୍ ଯିବେନି ଯୁକ୍ତ ଦୁଇ ପିଲା, CHSE ଆଣିଲା ଏଇ ବ୍ୟବସ୍ଥା

ଆଉ ଟ୍ୟୁସନ୍ ଯିବେନି ଯୁକ୍ତ ଦୁଇ ପିଲା! ସିଏଚଏସଇ କରୁଛି ନୂଆ ବ୍ୟବସ୍ଥା। AI ପଢ଼ାଇବ ପିଲାଙ୍କୁ ପାଠ। ପିଲାମାନେ ଘରେ ବସି ଏଆଇ ଟୁଲ ଜରିଆରେ ପରୀକ୍ଷା ପାଇଁ ହେବେ ପ୍ରସ୍ତୁତି।

CHSC

CHSC Photograph: (OTV)

Advertisment

ଆଉ ଟ୍ୟୁସନ୍ ଯିବେନି ଯୁକ୍ତ ଦୁଇ ପିଲା ! CHSE କରୁଛି ନୂଆ ବ୍ୟବସ୍ଥା । AI ପଢ଼ାଇବ ପିଲାଙ୍କୁ ପାଠ, ପରୀକ୍ଷା ପାଇଁ ହେବେ ପ୍ରସ୍ତୁତି । ଯୁକ୍ତ ଦୁଇ ଶିକ୍ଷାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଲୋକାର୍ପିତ ହୋଇଛି ସିଏଚଏସଇ ଓଡ଼ିଶା exam prepare ପୋର୍ଟାଲ । ଏଣିକି ଆଉ ଛାତ୍ରଛାତ୍ରୀଙ୍କୁ ଟିଉସନ ଯିବାକୁ ପଡିବନି । ଘରେ ବସି ଏଆଇ ଟୁଲ ଜରିଆରେ ପରୀକ୍ଷା ପ୍ରସ୍ତୁତି କରିପାରିବେ ଛାତ୍ରଛାତ୍ରୀ । ଏହି ପୋର୍ଟାଲରେ ଏଆଇ ସାହାଯ୍ୟରେ ସଂପୂର୍ଣ୍ଣ ସିଲାବସ ଆଧାରିତ ପ୍ରଶ୍ନପତ୍ର ଏଥରେ ଉପଲବ୍ଧ ରହିବ । 
ଛାତ୍ରଛାତ୍ରୀ ନିଜ ଆବଶ୍ୟକୀୟ ବିଷୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ସହ ଜେଇଇ, ନିଟ୍, କ୍ଲାଟ ଭଳି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁବିଧା ମିଳିପାରିବ । ପରବର୍ତ୍ତୀ ସମୟରେ କଲେଜରେ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରିକ୍ଷାରେ ମଧ୍ୟ ଏଆଇ ସହଭାଗିତାରେ କରିବାର ଲକ୍ଷ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । 
ପ୍ରଥମ ପର୍ଯ୍ୟାୟରେ ସାଇନ୍ସ ଓ କର୍ମସର ସମସ୍ତ ବିଷୟ ଏବଂ ଆର୍ଟସର କେତେକ ବିଷୟକୁ ଏଥିରେ ସାମିଲ କରାଯାଇଛି । ୧୫ଦିନରୁ ଏକ ମାସ ଭିତରେ ସମସ୍ତ ବିଷୟ ଏଥିରେ ଉପଲବ୍ଧ ହେବ । ଏଆଇ ଆଧାରିତ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ନିଜର ଯୋଗ୍ୟତା ପରଖିବା ସହ ଅଧିକରୁ ଅଧିକ ଭାବରେ ନିଜ ପାଠକୁ ବୁଝିବାରେ ସାହାଯ୍ୟ କରିବ। ଅଭ୍ୟାସ ଓ ମକ୍ ଟେଷ୍ଟ ଦ୍ୱାରା ବିଭିନ୍ନ ଅଧ୍ୟାୟ ଓ ବିଷୟଭିତ୍ତିକ ଅଭ୍ୟାସ ପ୍ରଶ୍ନପତ୍ର ସହିତ ଉତ୍ତରର ଫଳାଫଳ ଟ୍ରାକିଂ ସୁବିଧା ପାଇପାରିବେ । ଏସବୁ ପାଇଁ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ ଏଆଇ ମେଣ୍ଟର।ପରିଷଦର ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ  । 
ଆଗକୁ କଲେଜ ମାନଙ୍କରେ ଏକା ସାଙ୍ଗରେ ଏଆଇ ପ୍ରଶ୍ନ ଆଧାରରେ ପରୀକ୍ଷା ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି ସିଏଚଏସଇ।

Advertisment

ଅଧିକ ଦେଖନ୍ତୁ:

CHSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ