Advertisment

କାଲିଠୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ିବ ନା କୋହଳ ହେବ ? ଦିନ ସାଢ଼େ ୧ଟାରେ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ସରୁଛି ଲକ୍‌ଡାଉନ୍‌ ଅବଧି। ତେବେ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଆଗକୁ ଏହି ଅବଧି ବୃଦ୍ଧି କରାଯିବ ନା ନିୟମ କୋହଳ କରାଯିବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ଭିତରେ ଆଜି ଦିନ ସାଢ଼େ ୧ଟାରେ…

ଅଦ୍ୟତନ ହୋଇଛି
କାଲିଠୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ିବ ନା କୋହଳ ହେବ ? ଦିନ ସାଢ଼େ ୧ଟାରେ ହୋଇପାରେ ବଡ଼ ଘୋଷଣା

lockdown

Advertisment

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ସରୁଛି ଲକ୍‌ଡାଉନ୍‌ ଅବଧି। ତେବେ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଆଗକୁ ଏହି ଅବଧି ବୃଦ୍ଧି କରାଯିବ ନା ନିୟମ କୋହଳ କରାଯିବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ଭିତରେ ଆଜି ଦିନ ସାଢ଼େ ୧ଟାରେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଲକ୍‌ଡାଉନ୍, ଅନଲକ୍ ସମ୍ପର୍କରେ କିଛି ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ।

Advertisment

ରାଜ୍ୟରେ ସଂକ୍ରମଣ ହାର, ମୃତ୍ୟୁ ସଂଖ୍ୟା ସହ ଆନୁସଙ୍ଗିକ ଦିଗକୁ ତର୍ଜମା କରି ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ଅନଲକ୍ ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଗତକାଲି ରାଜ୍ୟରେ ୪ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪ ହଜାର ତଳକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୪୩୨ରେ ପହଞ୍ଚିଛି।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୩,୦୬୧ରେ ପହଞ୍ଚି ଥିବାବେଳେ ୮,୧୧,୭୮୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୪୭,୭୯୬ ରହିଛି।

Lockdown In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ