Advertisment

Odisha Census Begins After 15 Years: ଏଥର ନୂଆ ଜନଗଣନା; କହିବେ ଭାତ ଖାଉଛନ୍ତି ନା ରୁଟି

ଜନଗଣନା ବେଳେ ୩୩ ପ୍ରଶ୍ନର ଉତ୍ତର ଦେବେ ଜନତା। ଘର, ପରିବାର ଓ ଗାଡ଼ି ଡାଟା ଦେବେ ଲୋକ। ଭାତ ଖାଉଛନ୍ତି ନା ରୁଟି ରହିବ ତଥ୍ୟ। ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣନା।ପେପରଲେସ୍ ସହ ହେବ ଜାତିଭିତ୍ତିକ ଗଣନା।

Odisha Census Begins After 15 Years

ଏଥର ନୂଆ ଜନଗଣନା; କହିବେ ଭାତ ଖାଉଛନ୍ତି ନା ରୁଟି Photograph: (OTV)

Advertisment

ଆପଣ ଭାତ, ଖାଉଛନ୍ତି କି ରୁଟି ? ଆପଣ କିଭଳି ପାଇଖାନା ବ୍ୟବହାର କରୁଛନ୍ତି ? ମଇଳା ପାଣି କିଭଳି ନିଷ୍କାସନ କରୁଛନ୍ତି ? ଆପଣଙ୍କ ଘରର ଛାତ, କାନ ଓ ଚଟାଣ କେଉଁ ସାମଗ୍ରୀରେ ତିଆରି ? ଆସନ୍ତା ଜନଗଣନା ବେଳେ ଏଭଳି ୩୩ଟି ପ୍ରଶ୍ନର ଉତ୍ତର ଆପଣଙ୍କୁ ଦେବାକୁ ପଡିବ ଆପଣଙ୍କୁ। କାରଣ ଏପ୍ରିଲ ୧୬ରୁ ଆରମ୍ଭ ହେଉଛି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା କରାଯିବ। ପରେ ଘରକୁ ଘର ବୁଲି ହେବ ଜନଗଣନା।

Advertisment

୧୫ ବର୍ଷ ପରେ ଜନଗଣନା ହେଉଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୦ ଦିନ ଧରି ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ଘର ସହ ଆସବାବପତ୍ର ଗଣନା କରାଯିବ। ଦ୍ବିତୀୟ ପର୍ଯ୍ୟାୟ ବେଳେ ଘରକୁ ଘର ବୁଲି ହେବ ଜନଗଣନା। ଏହା ପୂର୍ବରୁ ପ୍ରସ୍ତୁତିକୁ ନେଇ ସବୁ ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନର ଆଲୋଚନା କରିସାରିଛନ୍ତି। ଜନଗଣନାକୁ ଅଧିକ ସହଜ ଏବଂ ସରଳ କରିବା ପାଇଁ ତାରିଖ ଧାର୍ଯ୍ୟ ପରେ ୬ ମାସ ଧରି ପ୍ରସ୍ତୁତି ସରିଛି । ୨ଶହ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏପରି ମୋଟ ଲକ୍ଷେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ୨୦୨୭ ମଧ୍ୟଭାଗ ପୂର୍ବରୁ ଜନଗଣନା ସରିବ ବୋଲି କହିଛନ୍ତି ରାଜସ୍ୱ ଓ ବିପ୍ରର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ  

ଜନଗଣନା ସମୟରେ ଏହା ଯେପରି ଅଧିକ ସହଜ ହେବ ସେଥିପାଇଁ ସେଲ୍ଫ ଏନୁମରେସନ ସମୟରେ ଘରକୁ ଯିବାକୁ ଥିବା ଅଧିକାରୀମାନେ ୩୩ଟି ପ୍ରଶ୍ନ ପଚାରିବେ । ତେବେ ନଜର ପକାନ୍ତୁ ସେହି ୩୩ ପ୍ରଶ୍ନ ଉପରେ । ଘରର ମୁଖିଆଙ୍କ ନାମ, ଲିଙ୍ଗ ଏବଂ ଜାତି କଣ, ଘର ବା ବିଲଡିଂ ନମ୍ବର । ଆପଣଙ୍କ ଘରର କାନ୍ଥ, ଛାତ ଏବଂ ଚଟାଣ କେଉଁ ସାମଗ୍ରୀରେ ତିଆରି ହୋଇଛି, ଘରର ବ୍ୟବହାର ଏବଂ କଣ୍ଡିସନ ବାବଦରେ ପଚାରିବେ । ପରିବାରରେ କେତେ ଜଣ ସଦସ୍ୟ ଅଛନ୍ତି, ଘରେ କେତୋଟି ରୁମ ବ୍ୟବହାର କରୁଛନ୍ତି । ପରିବାରରେ କେତେ ଜଣ ବିବାହିତ ଦମ୍ପତ୍ତି ଅଛନ୍ତି । ପିଇବା ପାଣି ଏବଂ ବିଜୁଳି କେଉଁଠୁ ଆସୁଛି ତାର ଉତ୍ସ କଣ ତାହ ମଧ୍ୟ ପଚରାଯିବ। 

Advertisment

ଏପରିକି ବ୍ୟବହାର କରୁଥିବା ପାଇଖାନା ଏବଂ ଗାଧୁଆ ଘର, ମଇଳା ପାଣି ନିଷ୍କାସନ ଇତ୍ୟାଦି ଉଲ୍ଲେଖ ରହିବ । ରୋଷେଇ ପାଇଁ LPG କନେକ୍ସନ ଅଛି ନା ନାହିଁ । ଘରେ ଥିବା ଟିଭି, ରେଡ଼ିଓ, ଲାପଟପ, କମ୍ପ୍ୟୁଟର, ମୋବାଇଲ, ଟେଲିଫୋନ, ଇଣ୍ଟରନେଟର ବିବରଣୀ ମଧ୍ୟ ଦେବାକୁ ହେବ । ଏହା ବ୍ୟତୀତ ଘରେ କେତୋଟି ସାଇକେଲ, ସ୍କୁଟର, ବାଇକ, କାର ରହିଛି ତାହା ଜଣାଇବାକୁ ପଡିବ । ଆପଣ କେଉଁ ଶସ୍ୟ ଖାଉଛନ୍ତି ଅର୍ଥାତ ଭାତ, ରୁଟି ନା ଅନ୍ୟ କିଛି ତାହା ମଧ୍ୟ ସୁଚାଇବାକୁ ପଡିବ । 

ପ୍ରଥମଥର ପାଇଁ ପେପରଲେସ୍ ବା ଡିଜିଟାଲାଇଜେସନ ସହ ଜାତିଭିତ୍ତିକ ଜନଗଣନା ହେଉଥିବାରୁ ଦେଶର ସବୁ ବର୍ଗର ଲୋକଙ୍କ ତଥ୍ୟ ରହିବ । ଦିତ୍ବୀୟ ପର୍ଯ୍ୟାୟ ବେଳେ ରାତିରେ ମଧ୍ୟ ଗଣନା କରାଯିବ । ଏହାଦ୍ୱାରା ଯେଉଁମାନେ ରାସ୍ତା ଏବଂ ବସଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନରେ ରହୁଛନ୍ତି ତାଙ୍କ ତଥ୍ୟ ବି ଏଥିରେ ସାମିଲ ହେବ । 

Advertisment

ପ୍ରଥମ ପର୍ଯ୍ୟାୟ ଜନଗଣନା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ତାରିଖରେ କରାଯାଉଛି । ତେବେ ଏହି ପ୍ରକ୍ରିୟା ମେ ୧୫ ତାରିଖ ସୁଦ୍ଧା ସରିବ । ତାପରେ ୨୦୨୭ ମସିହା ଫେବୃଆରୀରୁ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ହେବ।

Odisha News Odisha Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ