ରଙ୍ଗର ପର୍ବରେ ନିଆରା ହୋଲି, ଖେଳାଗଲା କାଦୁଅ ହୋଲି Photograph: (OTV)
ଆଜି ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ଉତ୍ସବମୁଖର। ତେବେ ତା ଭିତରେ ଦେଖିବାକୁ ମିଳିଥିଲା କିଛି ନିଆରା ହୋଲି। ଯେମିତିକି ରାଉରକେଲାରେ କାଦୁଅ ହୋଲିରେ ମସଗୁଲ ହୋଇଥିଲେ ଛାତ୍ରଛାତ୍ରୀ ତ ବ୍ରହ୍ମପୁରରେ ଦୃଷ୍ଟିବାଧିତ ପିଲା ବି ଖେଳିଥିଲେ ହୋଲି। ଆଉ ରାଜନୀତିରେ ବି ଲାଗିଥିଲା ହୋଲିର ସପ୍ତ ରଙ୍ଗ।
ଅବିରର ସପ୍ତ ରଙ୍ଗକୁ ଆଖିରେ ଦେଖି ପାରୁନଥିଲେ କଣ ହେଲା, ଠିକ୍ କିନ୍ତୁ ଅନୁଭବ କରିପାରୁଥିଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଞ୍ଚଳରେ ଥିବା ଦୃଷ୍ଟି ବାଧିତ ବାଳିକା ଆଶ୍ରମର ଏଇ ଅନ୍ତେବାସୀ ମାନେ। ରାଧା-କୃଷ୍ଣଙ୍କ ମିଳନର ପର୍ବକୁ ମର୍ମେ ମର୍ମେ ବୁଝି ଢେର ସମୟ ଧରି ରଙ୍ଗ ଖେଳରେ ମାତିଥିଲେ ଏହି ପିଲାମାନେ।
ସେହିପରି ରାଉରକେଲାରେ ଖେଳାଯାଇଥିଲା କାଦୁଅ ହୋଲି। ଏନଆଇଟି ରାଉରକେଲାରେ ନୂଆ ତରିକାରେ ହୋଲି ଉତ୍ସବକୁ ଖୁବ୍ ଉଲ୍ଲାସରେ ପାଳନ କରିଛନ୍ତି ଦେଶ ବିଦେଶ ଛାତ୍ରଛାତ୍ରୀ। ରାସାୟନିକ ରଙ୍ଗର ପାର୍ଶ୍ବ ପ୍ରତିକ୍ରିୟାରୁ ମୁକୁଳିବାକୁ କାଦୁଅ ହୋଲି ଖେଳ ପାଇଁ ତୟାର କରାଯାଇଥିଲା ଏକ କୃତ୍ରିମ ପୋଖରୀ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖେଳିଛନ୍ତି ହୋଲି। ରାଜନୀତି ଓ ପ୍ରଶାସନିକ ସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଆଜି ସରକାରୀ ବାସଭବନରେ ଭେଟି ହୋଲି ଶୁଭେଚ୍ଛା ଜଣାଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ, ପୋଲିସ ଡିଜି ୱାଇ. ବି ଖୁରାନିଆ, ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ, ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେମିତି ରଙ୍ଗରେ ପର୍ବରେ ଆଜି ବେଶ୍ ରଙ୍ଗାୟିତ ହୋଇଥିଲା ପଲିଟିକାଲ ହୋଲି। ଇଏ ରାଜ୍ୟ ବିଜେପି ମୁଖ୍ୟାଳୟର ଚିତ୍ର। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳର ନେତା ଓ କର୍ମୀମାନେ ବେଶ୍ ମନଭରି ରଙ୍ଗର ପର୍ବକୁ ପାଳନ କରିଥିଲେ। ସେମିତି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବି କର୍ମୀ ଓ ନେତା ମାନେ ଢେର ସମୟ ଯାଏଁ ପରସ୍ପରକୁ ରଙ୍ଗ ବୋଳି ହୋଲି ଉତ୍ସବର ମଜା ନେଇଥିଲେ। କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ଧୁମଧାମରେ ପାଳନ ହୋଇଥିଲା ହୋଲି ମିଳନ।
ତେବେ ଏମର୍ଜେନସି ସର୍ଭିସରେ ନିୟୋଜିତ ଅଧିକାରୀ ହୁଅନ୍ତୁ କି କର୍ମଚାରୀ। ସବୁ ଦିନ ପରି ଆଜି ହୋଲିର ଦିନ ବି ଥିଲା ଜନସେବା ପାଇଁ ଉତ୍ସର୍ଗୀକୃତ। ଇଏ ବୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ଚିତ୍ର। ଡ୍ୟୁଟିରେ ଥାଇ ସେବିକାଙ୍କ ସ୍ବଳ୍ପ ସମୟ ପାଇଁ ରଙ୍ଗଖେଳ ତା ପରେ ରୋଗୀସେବା। ସେମିତି କଟକର ଏସସିବି ମେଡିକାଲ ହେଉ କି ସିଟି ହସ୍ପିଟାଲ ସବୁଠି ରୋଗୀ ଦେଖାରେ ବ୍ୟସ୍ତ ଥିଲେ ଡାକ୍ତର। ଆଉ ରାସ୍ତାରେ ଯାନବାହାନ ନିୟନ୍ତ୍ରଣ ପାଇଁ ସବୁ ଦିନ ଭଳି ଛକରେ ଛିଡ଼ା ହୋଇଥିଲେ ଟ୍ରାଫିକ୍ ପୋଲିସ୍
ଏସବୁ ଭିତରେ କେଉଁଠି ଆଦିବାସୀ ସେବାଶ୍ରମରେ ରଙ୍ଗର ପର୍ବ ପାଳନ ହୋଇଛି ତ କେଉଁଠି ସ୍ବେଚ୍ଛାସେବୀ ବି ଭାଇଚାରାର ବାର୍ତ୍ତା ଦେଇ ଖେଳିଛନ୍ତି ହୋଲି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/04/celebrates-holi-with-colorful-and-unique-2026-03-04-20-10-56.jpg)