ବଙ୍ଗ ଦଖଲର ମଙ୍ଗ ଧରିବେ ଓଡ଼ିଶା ନେତା Photograph: (OTV)
ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଚାର ପରିଚାଳନାରେ ଆଗ ଧାଡିରେ ରହିବେ ଓଡିଆ ନେତା। ବଙ୍ଗ ଦଖଲ ପାଇଁ ରାଜ୍ୟ ବିଜେପି ବି ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ। ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ପରେ ଆଜି ପାଖାପାଖି ୧୦ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ କୋଲକତାରେ କରିଛନ୍ତି ବୈଠକ।
ପଶ୍ଚିମବଙ୍ଗରେ ଓଡ଼ିଆ ଭୋଟରଙ୍କୁ କେମିତି କବଜାରେ ରଖିବ ଦଳ। ଉତ୍ତର ଓଡ଼ିଶାର ୫ ଜିଲ୍ଲାର ବିଧାୟକ ଏବଂ ମନ୍ତ୍ରୀ ମାନଙ୍କୁ ଦିଆଯିବ ନିର୍ବାଚନମଣ୍ଡଳୀ ଦାୟୀତ୍ୱ। ଆଗକୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଓଡ଼ିଶାର ବଡ଼ ନେତା।
ବଙ୍ଗ ଦଖଲର ମଙ୍ଗ ଧରିବେ ଓଡ଼ିଶା ନେତା। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ରଣନୀତି। ଉତ୍ତର ଓଡ଼ିଶାର ବିଧାୟକ ଏବଂ ମନ୍ତ୍ରୀଙ୍କୁ ଦିଆଯିବ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ। ଫୋକସରେ ବେଙ୍ଗଲର ଓଡ଼ିଆ ଭୋଟର। ରାଜ୍ୟ ବିଜେପି ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟକୁ କେମିତି କାର୍ଯ୍ୟକାରୀ କରାଯିବ ସେନେଇ ଗତକାଲି ଭୁବନେଶ୍ୱରରେ ରାଜ୍ୟ ବିଜେପିର ବୈଠକରେ ହୋଇଛି ଆଲୋଚନା।
ଦାୟିତ୍ୱରେ ରହିବେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ଏବଂ ମନ୍ତ୍ରୀ। ଆଉ ଆଜି କୋଲକତାରେ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ ମାନଙ୍କ ଏକ ପ୍ରସ୍ତୁତି ବୈଠକ ବସିଛି। ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଅମର ନାୟକ, ହିଂମାଶୁ ସାହୁ, ସନ୍ତୋଷ ଖଟୁଆ, ମାନସ ଦତ୍ତ, ଫକୀର ମୋହନ ନାୟକ, ପୂର୍ବତନ ବିଧାୟକ ଗୌତମ ରାୟଙ୍କ ସହ ୧୦ରୁ ଅଧିକ ନେତା ଅଂଶଗ୍ରହଣ କରି ନେଇଥିଲେ ପ୍ରଶିକ୍ଷଣ। ଆଗକୁ ଅନ୍ୟ ନେତା ମାନେ ମଧ୍ୟ ପଶ୍ଚିମବଙ୍ଗ ଗସ୍ତ କରି ନିର୍ବାଚନ କାର୍ଯ୍ୟକ୍ରମରେ ସାମିଲ ହେବେ।
ପୂର୍ବ ମିଶନରେ ଆସାମ ପରେ ଓଡ଼ିଶା ଏବଂ ବିହାରରେ ବିଜୟ ବାନା ଉଡ଼ାଇ ସାରିଛି ବିଜେପି। ଆଉ ଏବେ ପଶ୍ଚିମବଙ୍ଗ ଦଖଲ ପାଇଁ ଷ୍ଟ୍ରାଟେଜି ତିଆରି କରି ସାରିଥିବା ବେଳେ ପଡ଼ୋଶୀ ରାଜ୍ୟର ନେତାଙ୍କ କାନ୍ଧରେ ଦାୟିତ୍ୱ ଦେବ ଦଳ। ଓଡ଼ିଶାକୁ ଲାଗି ରହିଥିବା କିଛି ନିର୍ବାଚନ ମଣ୍ଡଳୀ ଏବଂ ହାୱଡା, କୋଲକାତା, ହୁଗୁଳି, ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର, ନର୍ଥ ୨୪ ପ୍ରଗଣା ଏବଂ ସାଉଥ ୨୪ ପ୍ରଗଣା ଭଳି ଓଡ଼ିଆ ବହୁଳ ଅଞ୍ଚଳ ଦାୟିତ୍ୱରେ ରହିବେ ଓଡ଼ିଶା ନେତା।
ଆଗକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ମଧ୍ୟ କୋଲକାତା ଗସ୍ତ କରି ପ୍ରଚାର କରିବେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବେ ପରେ ରାଜ୍ୟରେ କଣ ଆସିଛି ପରିବର୍ତ୍ତନ। ଧାନ ବାବଦରେ ୮୦୦ ଟଙ୍କାର ଇନପୁଟ ସବସିଡି, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ପ୍ରଦାନ, ଚିଟଫଣ୍ଡ ଟଙ୍କା ଫେରସ୍ତ ଭଳି ଓଡ଼ିଶାର କାର୍ଯ୍ୟକ୍ରମ ବବାଦରେ ବେଙ୍ଗଲ ଭୋଟରଙ୍କୁ ଅବଗତ କରିବେ ଓଡ଼ିଶା ନେତା ।
ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲରେ ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ। ୨୦୨୧ ନିର୍ବାଚନରେ ୩ରୁ ୭୭କୁ ସିଟ୍ ବୃଦ୍ଧିର ଯୋଶ୍ ସହିତ ଚଳିତ ନିର୍ବାଚନରେ ବଙ୍ଗ ଦଖଲ ପାଇଁ ଲକ୍ଷ୍ୟ ରଖିଛି ବିଜେପି। ନୂଆପଡ଼ା ପରେ ଓଡ଼ିଶା ନେତାଙ୍କୁ ଦିଆଯାଇଛି ପଶ୍ଚିମବଙ୍ଗ ଟାସ୍କ। ସେଥିରେ କେତେ ସଫଳ ହେଉଛନ୍ତି, ତା’ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/30/west-bengal-assembly-election-2026-01-30-20-24-06.jpg)