odisha Photograph: (OTV)
ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା । ଓଡ଼ିଶା ବନ୍ଦ ପାଇଁ ଯୋଜନା କରୁଛି ନବନିର୍ମାଣ କୃଷକ ସଂଗଠନ । ବନ୍ଦ ରହିବ ଦୋକାନ ବଜାର, ଗାଡ଼ି ଚଳାଚଳ ଠପ୍ ! ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ଆସନ୍ତାକାଲି ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଆଉ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇ କହିଛନ୍ତି, ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ରହିଛି ।
ନବନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ବିଜେଡି All the best କରିଛି । ସେପଟେ କଂଗ୍ରେସର ଖୋଲା ସମର୍ଥନ ଓ ବିଜେଡିର ଏ ଆଉଁସା କଥାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି କହିଛି, ଇଏ ନକଲି ଚାଷୀଙ୍କ ଆନ୍ଦୋଳନ । ଶକ୍ତି ନଥିବାରୁ ସେମାନଙ୍କ କାନ୍ଧରେ ଲାଉ ହେଉଛି କଂଗ୍ରେସ । ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣି ନାହାନ୍ତି, ଧାନ କି ବାଳୁଙ୍ଗା ଚିହ୍ନି ପାରିବେ ନାହିଁ ।
ବିଜେଡି ସରକାରରେ ଚାଷୀ ହତାଶ ହେଉଥିଲେ ଆଉ ମଧ୍ୟସ୍ଥି, ଦଲାଲ ମାନେ ମାଲେମାଲ ହେଉଥିଲେ । ମୋହନ ସରକାରରେ ଚାଷୀ ଏବେ ଉତ୍ସାହିତ । ବନ୍ଦର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରରେ କଂଗ୍ରେସ ହାତ ମିଶାଇଛି । ଆଉ ବିଜେଡି ମଧ୍ୟ ସ୍ବାଗତ ବୋଲି କହିଛି । ହେଲେ ଗତକାଲି ବନ୍ଦ ଡାକରା କେତେ ସମର୍ଥନ ମିଳୁଛି ତା’ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/odisha-2026-01-27-15-56-51.jpg)