Advertisment

Odisha Closed: ରାସ୍ତରେ ଜଳୁଛି ଟାୟାର୍, ଗଡୁନି ଗାଡ଼ି ଖୋଲୁନି ଦୋକାନ ବଜାର

ରାଜ୍ୟର ସମସ୍ତ ସ୍ଥାନରେ କର୍ମକର୍ତ୍ତାମାନେ ଦୋକାନ ବଜାର ବନ୍ଦ କରାଇବା ସହ ରାଜରାସ୍ତାରେ ଟାୟାର ଜାଳୁଛନ୍ତି । କେଉଁଠି ରାସ୍ତାରେ ନିଆଁ ଜଳୁଛି ତ ଆଉ କେଉଁଠି ପିକେଟିଂ କରି ଗାଡ଼ିମୋଟର ଅଟକାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଏମିତି ଦେଖିବାକୁ ମିଳିଛି ଚିତ୍ର ।

Today Odisha Closed

Today Odisha Closed Photograph: (OTV)

Advertisment

ରାସ୍ତରେ ହୁତୁହୁତୁ ଜଳୁଛି ଟାୟାର୍ । ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ । ଆମ୍ବୁଲାନ୍ସକୁ ବାଟ ଛାଡ଼ୁଛନ୍ତି ବିକ୍ଷୋଭକାରୀ । ଅନ୍ୟ ସମସ୍ତ ଗାଡ଼ି ପାଇଁ ରାସ୍ତା ବନ୍ଦ । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟର ଇଏ ହେଉଛି ବନ୍ଦର ପ୍ରଭାବ । ତାତିଛି ନବନିର୍ମାଣ କୃଷକ ସଂଗଠନ ।

Advertisment

ରାଜ୍ୟର ସମସ୍ତ ସ୍ଥାନରେ କର୍ମକର୍ତ୍ତାମାନେ ଦୋକାନ ବଜାର ବନ୍ଦ କରାଇବା ସହ ରାଜରାସ୍ତାରେ ଟାୟାର ଜାଳୁଛନ୍ତି । କେଉଁଠି ରାସ୍ତାରେ ନିଆଁ ଜଳୁଛି ତ ଆଉ କେଉଁଠି ପିକେଟିଂ କରି ଗାଡ଼ିମୋଟର ଅଟକାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଏମିତି ଦେଖିବାକୁ ମିଳିଛି ଚିତ୍ର ।  

ଧାନକିଣାରେ ଅବ୍ୟବସ୍ଥା । ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ କରାଉଛନ୍ତି ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ।

Advertisment

ସେପଟେ ସକାଳୁ ସକାଳୁ କଟକରେ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି । ନେତାଜୀ ବସ୍ ଟର୍ନିନାଲରେ ଗାଡ଼ି ମୋଟର ଗଡୁନି । ଫଳରେ ବସଷ୍ଟାଣ୍ଡରେ ଯାତ୍ରୀମାନେ ଅପେକ୍ଷା କରି ନାହିଁନଥିବା ହଇରାଣ ହେଉଛନ୍ତି । ଭୁବନେଶ୍ବର ରାସ୍ତା ଶୂନଶାନ ହୋଇଛି ।

କଟକ, ବାଲେଶ୍ବର, ଭଦ୍ରକ, ଜୟପୁର ଓ ବଲାଙ୍ଗୀରରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସେପଟେ ନବନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ପାଳନରେ କଂଗ୍ରେସ ହାତ ମିଶାଇଛି । ଆଉ ବିଜେଡି ମଧ୍ୟ ସ୍ବାଗତ ବୋଲି କହିଛି ।

Advertisment

ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ପଳନ କରୁଛି ନବନିର୍ମାଣ କୃଷକ ସଂଗଠନ । ତିନିଟି ପ୍ରସଙ୍ଗକୁ ନେଇ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଥିବାବେଳେ ତେବେ ଏହା କେତେ ସଫଳ ହେଉଛି ତା’ ଦେଖିବାକୁ ବାକି ରହିଲା । 

Bus Odisha Bandh State Road
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ