Advertisment

କାହିଁକି ଆନ୍ଧ୍ର କରୁଛି ଦାଦାଗିରି ?

କାହିଁକି ଆନ୍ଧ୍ର କରୁଛି ଦାଦାଗିରି ?

andhra-dadagiri

Advertisment

କୋରାପୁଟ: ଅନୁପ୍ରବେଶ, ଦାଦାଗିରି, ଜବରଦଖଲ। ଓଡ଼ିଶା ସୀମାରେ ଜାରି ରହିଛି ଆନ୍ଧ୍ରର ଏମିତିି ଗୋଟିଏ ପରେ ଗୋଟିଏ ପୁରୁଣା ଖୋଇ। ସଦ୍ୟ ଘଟଣା କ୍ରମେ ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁରେ ରାସ୍ତା ଅବରୋଧ କରି ରଖିଛନ୍ତି। ଆନ୍ଧ୍ରର ଜନପ୍ରତିନିଧି ଓ ଜନ ସାଧାରଣ ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ୭ ଦିନ ହେଲା କବ୍‌ଜା କରି ରଖିବା ସହ ସେପଟକୁ ଗଲେ ଓଡ଼ିଶା ଲୋକଙ୍କୁ ମାରଧର ସହ ଧମକ ଚମକ ଦେଉଛନ୍ତି।

Advertisment

ସପ୍ତାହେ ତଳେ ସେଠି ଆନ୍ଧ୍ର ପକ୍ଷରୁ ଏକତରଫା ଭାବେ ମାପଚୁପ କରାଯାଇ ସ୍ୱାଗତ ବୋର୍ଡ ଓ ମାଇଲଖୁଣ୍ଟ ଲଗାଯାଇଥିଲା, ହେଲେ ଓଡ଼ିଶାର ଅଧିକାରୀ ଏହାକୁ କାଢ଼ି ଦେଇଥିଲେ, ଯାହାକୁ ଆନ୍ଧ୍ରର ଲୋକପ୍ରତିନିଧି ଓ ବାସିନ୍ଦା ତୀବ୍ର ବିରୋଧ କରିବା ସହ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସେବେଠୁ ସୁନାବେଡ଼ା ଗାଁ ଲୋକେ ଆତଙ୍କିତ ଉତ୍ତେଜନାମୂଳକ ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ତେଣେ କୋରାପୁଟ ଜିଲ୍ଲାପାଳ କହିଛନ୍ତି ଆନ୍ଧ୍ରର ଏକପାଖିଆ ମାପଚୁପକୁ କୌଣସି ପରିସ୍ଥିତରେ ଗ୍ରହଣ କରାଯିବ ନାହିଁ।

ତେବେ କାହିଁକି ଆନ୍ଧ୍ର କରୁଛି ଦାଦାଗିରି? କି ପଦକ୍ଷେପ ନେଇଛି ଓଡ଼ିଶା ପ୍ରଶାସନ? ଜାଣିବାକୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ୍‌ଙ୍କ ନେତୃତ୍ୱରେ କଂଗ୍ରେସ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ନେତୃତ୍ୱରେ ବିଜେପି ଟିମ୍ ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେଣେ ଏ ଘଟଣା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ସୀମାରେ ଏପରି ଅଳ୍ପ ବହୁତ ସମସ୍ୟା ଥାଏ ଯାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ତେବେ ଆନ୍ଧ୍ରକୁ ଇଞ୍ଚେ ବି ଯାଗା ଛଡ଼ା ଯିବନି।

Advertisment

କୋରାପୁଟ ଜିଲ୍ଲାରେ ଆନ୍ଧ୍ରର ଦାଦାଗିରି ନୂଆ ନୁହେଁ, ଜିଲ୍ଲାର ୨୨ଟି ସୀମାନ୍ତ ଗାଁରେ ଦୌରାତ୍ମ୍ୟ କରୁଥିବା ନେଇ ଗତ ସରକାର ସମୟରେ ବିଧାନସଭାରେ ଆସିଥିଲା ତଥ୍ୟ। କୋଟିଆରୁ ଆରମ୍ଭ ଉତ୍ପାତ ନାରାୟଣପାଟଣା ଓ ଲଙ୍ଗଳବେଡ଼ା ପର୍ଯ୍ୟନ୍ତ ବି ଲମ୍ବିଛି।

ଗତ ମାସରେ ତେନ୍ତୁଳିଗୁଡ଼ା ଓ ଚିନାକିମିଡ଼ିଭାଦ୍ରା ମୌଜାର ପ୍ରାୟ ୧ କିଲୋମିଟର ଭିତରକୁ ପଶି ଆସି ନିଜ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଛି। ଆନ୍ଧ୍ର ପାର୍ବତୀପୁରମ୍ ତହସିଲ୍ ତେଣେ ଆନ୍ଧ୍ରର ଏ ଦାଦାଗିରି ପାଇଁ ଓଡ଼ିଶା ସରକାରଙ୍କ ଉଦାସୀନତାକୁ ଦାୟୀ କରିବା ସହ କୋଟିଆ ପଞ୍ଚାୟତକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ