Villages Photograph: (OTV)
ସାମ୍ନାକୁ ଆସିଲା ରାଜ୍ୟରେ ମୋବାଇଲ ସେବାର ବିକଳ ଚିତ୍ର । ଏଯାଏଁ ରାଜ୍ୟର ୧ ହଜାର ୨୩୭ ଗାଁରେ ପହଞ୍ଚିନି ମୋବାଇଲ୍ ନେଟୱର୍କ । ଏନେଇ ଗୃହରେ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଆସନ୍ତା ଜୁନ୍ ସୁଦ୍ଧା ସଂପୃକ୍ତ ଗାଁ ଗୁଡ଼ିକୁ ନେଟୱର୍କ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ DBN ଯୋଜନାରେ ୪ ହଜାର ୨୨୫ଟି ଟାୱାର ମଧ୍ୟରେ ୩ ହଜାର ୨୮୧ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ବାକି ୯୪୪ଟି ଟାୱାର୍ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ।
କୋରାପୁଟ ଜିଲ୍ଲାର ୮୮ଟି ଗାଁରେ ମୋବାଇଲ ସେବା ପ୍ରଦାନ ପାଇଁ ୭୬ଟି ଟାୱାର୍ ସ୍ଥାପନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/villages-2026-03-09-15-33-03.jpg)